ମହୋତ୍ସବ ସମ୍ପର୍କକୁ ନିବିଡ କରେ
ଶୀତଳଷଷ୍ଠୀ ମହୋତ୍ସବ ଉଦଯାପିତ

ବେଗୁନିଆ – ମହୋତ୍ସବ ସ୍ନେହ ଶ୍ରଦ୍ଧା ସମ୍ପର୍କ କୁ ନିବିଡ କରିବା ସହ କଳା ସାହିତ୍ୟ ସଂସ୍କୃତି ର ମାଇଲଖୁଣ୍ଟ ହେଇ ଠିଆ ହୋଇଥାଏ। ବେଗୁନିଆ ବ୍ଲକ୍ ଗୋବିନ୍ଦପୁରଠାରେ ଚାଲିଥିବା ନବମ ବାର୍ଷିକ ଶୀତଳଷଷ୍ଠୀ ମହୋତ୍ସବ ସମ୍ପର୍କ ର ପ୍ରଥମ ଦିବସ ରେ ଅନୁଷ୍ଠାନର ସଭାପତି ସରୋଜ କୁମାର ବେହେରାଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସରପଞ୍ଚ ଅସିତ୍ ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ ବେହେରା, ରଞ୍ଜନ ବେହେରା, ପ୍ରମୁଖ ଉପସ୍ଥିତ ରହି ଏହା ଆମ ଭାଇଚାରା ବୃଦ୍ଧି କରେ ବୋଲି ମତ ପ୍ରଦାନ କରିଥିଲେ । କଣ୍ଠଶିଳ୍ପୀ ଶକ୍ତି ମିଶ୍ର ମେଲୋଡି ଓ ୟୁ ଟୁବର ପୂର୍ଣ୍ଣଚନ୍ଦ୍ର ହୀଷ୍ଟ୍ରିଆ କଳା ପ୍ରଦର୍ଶନ କରିଥିଲେ l

ଶୀତଳଷଷ୍ଠୀ ମହୋତ୍ସବ ସମ୍ପର୍କ ର ଉଦ୍ଘାଟନୀ ସନ୍ଧ୍ୟା

ଦ୍ୱିତୀୟ ଦିବସରେ  ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି, ମାନସ ମହାପାତ୍ର, ରମାକାନ୍ତ ରଣା,ସ୍ଵତନ୍ତ୍ର ଅତିଥି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସମାଜସେବୀ ଅନାଦି ସାହୁ, ରାଜଗୁରୁ ପବିତ୍ର ପାର୍ଥସାରଥି, ବ୍ୟବସାୟୀ ମନୋଜ ରାଉତ ଓ ତରଙ୍ଗ  କଳାକାର ଇଶା ବେବର୍ତ୍ତା, ଚିତ୍ରା ଉପସ୍ଥିତ ଥିଲେ l

ଶୀତଳଷଷ୍ଠୀ ମହୋତ୍ସବ ସମ୍ପର୍କ ର ଦ୍ଵିତୀୟ ସନ୍ଧ୍ୟା

ତୃତୀୟ ଦିବସ ରେ ମୁଖ୍ୟ ଅତିଥି ପୃଥ୍ବୀବଲ୍ଲଭ ପଟ୍ଟନାୟକ, ମୁଖ୍ୟ ବକ୍ତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ବତନ୍ତ୍ର ଅତିଥି ୟାସିର ନୱାଜ୍, ସିଲୁ ବାବୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦଯାପନୀ ଉତ୍ସଵ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ପ୍ରବକ୍ତା କୈଳାସ ପଣ୍ଡା, ସମ୍ପାଦକ ରଞ୍ଜିତ ତ୍ରିପାଠୀ, କୋଷାଧ୍ୟକ୍ଷ ବିଶ୍ୱଜିତ ପଟ୍ଟନାୟକ, ସଭାପତି ସରୋଜ କୁମାର ବେହେରା,ଡ ଅନୁପ ସରକାର , ଡ଼ ଦୀପକ ଦାଶ, ବାଙ୍କୀ କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶକ ଅଜୟ ରାଉତ ପ୍ରମୁଖ ଉପସ୍ଥିତ ରହି ଆମ ମହାନ ସଂସ୍କୃତି ର ଆଲୋକପାତ କରିଥିଲେ l ଅନେକ ପ୍ରତିଭା ସମ୍ମାନିତ ହୋଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ ।

            ଶୀତଳଷଷ୍ଠୀ ମହୋତ୍ସବ ସମ୍ପର୍କ ର ଉଦଯାପନୀ ସନ୍ଧ୍ୟା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *