ବେଗୁନିଆ :- (ଶୁଭ ଖବର )ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଓ ଶଗଡ଼ଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କୃଷି ଅଧିକାରୀ ଗଣେଶ୍ୱର ରଥଙ୍କ ଅଧ୍ୟକ୍ଷତାରେ କେବିକେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଆଶିଷ କୁମାର ରାଉତ,ତାରିଣୀ ଦାସ, ପ୍ରଜ୍ଞାନ ସାହୁ,ପଙ୍କଜ ତିୱାରୀ, ସହକାରୀ କୃଷି ଅଧିକାରୀ ଶୁଭ୍ରାନ ରାଉଳ,ସୁବର୍ଣ୍ଣ କୁମାର ରାଉଳ ଓ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଚିନ୍ମୟୀ ସାହୁ,ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ନିଜାମୁଦ୍ଦିନ ଖାଁ, ସରପଂଚ ଅକ୍ଷୟ କୁମାର ରାଉତରାୟ, ସମାଜସେବୀ ଜିତେନ୍ଦ୍ର କୁମାର ପାହାଡସିଂହ ,ପୂର୍ବତନ ସରପଂଚ ଜାଗର ମାଝୀ ପ୍ରମୁଖ ଯୋଗ ଦେଇ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ତଥା ସରକାରଙ୍କର ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଏପରିକି ସରକାରଙ୍କ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ

Subha Khabar is now on Whatsapp
Join and get latest news update delivered to you via whatsapp
Join Now