ଟାଙ୍ଗୀ ବ୍ଲକ ର ୧୦ ଟି ପଞ୍ଚାୟତ ରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶୂନ,
୨୬ ଟି ପଞ୍ଚାୟତ ରେ ରବି ଫସଲ ପାଇଁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ସାତ ଶପନ

ଖୋର୍ଦ୍ଧା,୩୦/୫: ଚାଷୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଥିବା ନାରାବାଜି କରୁଥିବା ବେଳେ ଏହା କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ର ୨୬ ଟି ପଞ୍ଚାୟତ ରେ ସଂପୂର୍ଣ୍ଣ ବ୍ୟତିକ୍ରମ। ସରକାରଙ୍କ ନିକଟରେ ଅର୍ଥ କି ଉନ୍ନତ ଞ୍ଜାନକୌଶଳ ର ଅଭାବ ନାହିଁ କିନ୍ତୁ ଏହାର ପ୍ରକୃତ ବିନିଯୋଗ କରାଯିବା ପାଇ ରାଜନୈତିକ କିଁ ପ୍ରଶାସନିକ  ଆନ୍ତରିକତା ଆଦୌ ନଥିବା ବାସ୍ତବିକ ପରିତାପର ବିଷୟ।

ବର୍ଷ ବର୍ଷ ଧରି ଏହି ବ୍ଲକର ଅଧିକାଶଂ ପଞ୍ଚାୟତ ରେ ପାନୀୟଜଳ ସଙ୍କଟ,ଜଳସେଚନ ପାଇଁ ବ୍ୟବସ୍ଥା ନାହିଁ ଏପରିକି କୌଣସି ପ୍ରକାର ସନ୍ତୋଷଜନକ ଖରିଫ କି ରବି ଫସଲ ପାଇଁ ମଧ୍ୟ କ୍ଷୁଦ୍ର ଜଳସେଚନ ର ବ୍ୟବସ୍ଥା ନଥିବା ପରିତାପର ବିଷୟ। ଅପ୍ରିୟ ସତ୍ୟ ବର୍ଷା ଜଳ ହିଁ ଚାଷୀ ର ମେରୁଦଣ୍ଡ ତଥା ଭାଗ୍ୟ ବିଧାତା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ବ୍ଲକର ୨୬ ଟି ପଞ୍ଚାୟତ ମଧ୍ୟରୁ ରତନପୁର,ରାମଚନ୍ଦ୍ରପୁର,କନ୍ତଳବାଇ,ବାଲିପାଟପୁର,ଭୂଷଣ୍ଡପୁର,ରାମେଶ୍ୱର,ଛଣଗିରି,କମାଗୁରୁ,ବଡପୋଖରିଆ,ଓ ସାନରାଉତପଡା ପଞ୍ଚାୟତ ରେ ଖରିଫ ଚାଷ ପାଇଁ ସରକାରଙ୍କ ର କୌଣସି ବ୍ୟବସ୍ତା ନଥିବା ପରିତାପର ବିଷୟ। ଲେଣ୍ଡୋ ପଞ୍ଚାୟତ ପାଇଁ ଆସେଲି ଟ୍ୟାକଂ,ସାହାଡାଜୋଡା ଓ ସାତଗୋଛିଆ ପୋଖରୀ ରୁ ୧୩୩ ହେକ୍ଟର କୁ ଜଳ ଯୋଗାଣ ଯୋଗୁ ଚାଷୀ ଖରିଫ ଚାଷ ପାଇଁ ସକ୍ଷମ ହୋଇପାରୁଥିବା,ଆଠବାଟି,କୁଲାପଡା ଆଡିବନ୍ଧ ରୁ ୧୩୮ ହେକ୍ଟର ଜମି କୁ ,ବଡପୋଖରି ଘରୋଇ ପୋଖରୀ ରୁ ଜଳ ସଂଗ୍ରହ କରାଯାଇ ୪୧ ହେକ୍ଟର ରେ ଖରିଫ ଚାଷ ହୋଇପାରୁଛି। ବୈଷ୍ନବ ବନ୍ଧ,ହଳଦିଗାଡିଆ,ଇନ୍ଦ୍ରଝିଲି ଖଜୁରିଆଡିଆ ଜଳାଶୟ ରୁ ସଂଗୃହୀତ ଜଳରେ ନୂଆଗଡ ପଞ୍ଚାୟତ ର ୨୨୦ ହେକ୍ଟର,ଭଜାଗଡ,ସୁନାମୁହିଁଆ ଜଳାଶୟ ରୁ ସଂଗୃହୀତ ଜଳରେ ୮୩ ହେକ୍ଟର ଖରିଫ ଚାଷ,ଭୋଗରା,ସରବାଡିହ ଜଳାଶୟ ରୁ ୮୪ ହେକ୍ଟର ଜମିକୁ ସଂଗୃହୀତ ଜଳରେ ଖରିଫ ଚାଷ କରାଯାଉଛି,ଛମାଣିଆ ଜଳାଶୟ ରୁ ସୁନ୍ଦରପୁର ପଞ୍ଚାୟତ କୁ ୪୧ ହେକ୍ଟର,ଗୋବର୍ଦ୍ଧନ,ପନ୍ଦରମାନ ପୋଖରୀ ରୁ ଟାଙ୍କୋଳ ପଞ୍ଚାୟତ ରେ ୮୫ ହେକ୍ଟର ଖରିଫ ଫସଲ ପାଇଁ ଜଳ ବ୍ୟବହାର ଉପଯୋଗୀ ହୋଇପାରୁଥିବା ଜଣାପଡିଛିା ସେହିଭଳି ନିରାକାରପୁର ପଞ୍ଚାୟତ ର ତିନୋଟି ଜଳଉତ୍ସ ରୁ ୧୨୭ ହେକ୍ଟର,ସରପାରି ପଞ୍ଚାୟତ ର ଦୁଇଟି ଜଳଉତ୍ସ ରୁ ୮୨ ହେକ୍ଟର,କୁଞ୍ଜୁରୀ ପଞ୍ଚାୟତ ର ଝୁଲିଗଡ ପୋଖରୀ ରୁ ୪୧ ହେକ୍ଟର ରେ ଖରିଫ ଫସଲ,ପାରିଓରଡ ପଞ୍ଚାୟତ ର ଦୁଇଟି ଜଳଉତ୍ସ ରୁ ୮୨ ହେକ୍ଟର ପାଇଁ ,ଓଳସିହଂ ପଞ୍ଚାୟତ ର କୋଚିଲାଗଣ୍ଡ ପୋଖରୀ ରୁ ଜଳ ସଂଗ୍ରହ କରାଯାଇ ମାତ୍ର ୪୧ ହେକ୍ଟରଁ କୁହୁଡି ପଞ୍ଚାୟତ ନନ୍ଦୁନାଳ ଜଳଉତ୍ସ ରୁ ୪୧ ହେକ୍ଟର ଉଜଳାଗୋପୀନାଥପୁର ପଞ୍ଚାୟତ ର ତେଲିପୋଖରି ରୁ ଜଳ ସଂଗ୍ରହ କରାଯାଇ ୪୧ ହେକ୍ଟର ପାଇଁ ଖରିଫ ଚାଷ ବ୍ୟବସ୍ଥା ଥିବା ବେଳେ ଟାଂଗୀ ପଞ୍ଚାୟତ ରେ ମୃତ ଅବସ୍ଥାରେ ପଡି ରହିଥିବା ମଙ୍ଗଳଯୁତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରୁ ୩୬୪ ହେକ୍ଟର କୁୁ ଖରିଫ ଓ ରବି ଫସଲ ପାଇଁ ମାତ୍ର ୪୦ ହେକ୍ଟର ପାଇ ଜଳ ବ୍ୟବହାର ଉପଯୋଗୀ ହୋଇଥିବା ଜଣାପଡିଛିା ତେବେ ମଙ୍ଗଳଯୁତ ପ୍ରକଳ୍ପ ର ଗୋଟିଏ ମାତ୍ର ଗେଟ ଥିଲେ ମଧ୍ୟ ତାହା ଅକାମି ହୋଇରହିଥିବାରୁ ଚାଷୀ କାର୍ଯ୍ୟରେ ଆସିପାରୁନାହିଁ।

ଟାଙ୍ଗୀ ବ୍ଲକ ରେ ରବି ଫସଲ ପାଇଁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ଓ ଏହି ବ୍ଲକ ୧୦ ଟି ପଞ୍ଚାୟତ ରେ ଖରିଫ ଚାଷ ପାଇଁ ଜଳ ର ଅନୁକୂଳ ବାତାବରଣ ନଥିବାରୁ ଚାଷୀ ଉଭୟ ଖରିଫ ଓ ରବି ଫସଲ ରୁ ମୁହଁ ଫେରାର ନେଉଥିବା ଜଣାପଡିଛିା ପ୍ରତ୍ୟେକ ଫସଲ ପାଇଁ ପର୍ଯ୍ୟାତ୍ପ ଜଳ ର ଆବଶ୍ୟକତା ରହିଛି।। ସରକାର ଚାଷୀ ର ମନୋବଳକୁ ଦୃଢ ତଥା ବିଭିନ୍ନ ଚାଷବାସ ରେ ଉତ୍ସାହିତ କୁ ଦୃଷ୍ଟିରେ ରଖି ଜଳ ର ବ୍ୟବସ୍ଥା ନକଲେ ଦିନ ଆସିବ ଛଦ୍ମବେଶୀ ବେକାରୀ ମାନଙ୍କ ସମସ୍ୟା ମୁଣ୍ଡ ଟେକିବା ସହ ଏହା ସ୍ବାଭାବିକ ଘଟଣା ରେ ପରିଣତ ହେବ। ତେବେ ମଙ୍ଗଳଯୁତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ପୁନରୁଦ୍ଧାର ପାଇଁ ୨୫ ଲକ୍ଷ ଟଙ୍କା ସରକାରୀ ସହାୟତା ଆସିଥିବା ଓ ବର୍ଷା ପୂର୍ବରୁ ଏହି ପ୍ରକଳ୍ପ ଫାଟକ ସମେତ ଆନୁସଂଗିକ କାର୍ଯ୍ୟ ଶେଷ ପାଇଁ ଉଦ୍ୟମ ଜାରି ରହିଛି ବୋଲି ବିଭାଗୀୟ କନିଷ୍ଠଯନ୍ତୀ ମନୋରଞ୍ଜନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *