ଖୋର୍ଦ୍ଧା : – (ଶୁଭ ଖବର) ମହାରାଷ୍ଟ୍ରର କଲହାପୂର ଠାରେ ଜାତୀୟ କନିଷ୍ଠ ଓ ଉପ କନିଷ୍ଠ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟରୁ ଏହି ପ୍ରତିଯୋଗିତା ରେ ବାଲୁଗାଁ ଅଶୋକନଗର ଅଞ୍ଚଳର ସୌମେନ ସେନାପତି ପ୍ରତିନିଧିତ୍ଵ କରି ସେ ବେଞ୍ଚ ପ୍ରେସରେ ୧୪୨.୫ କେଜି ଉଠାଇ ସ୍ଵର୍ଣ୍ଣ ପଦକ ହାସଲ ସହ ଜାତୀୟ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଥିବା ବେଳେ ସେ ଓଭରାଲ କାଂସ୍ୟ ପଦକ ପାଇଛନ୍ତି।

କରାଟେ ଓ ଫିଟନେସ କୋଚ୍ ଦୀପକ କୁମାର ସାମନ୍ତରାୟଙ୍କ ନିକଟରେ ଶିକ୍ଷା ଗ୍ରହଣ କରୁଥିବା ସ୍ୟୌମେନ ପାଠ ପଢା ସହ ଖେଳରେ ରୁଚି ରଖି ନିଜର ପରିଶ୍ରମ ଓ ଏକାଗ୍ରତା ବଳରେ ସେ ଏହି ଯୋଗ୍ୟତା ହାସଲ କରିପାରିଛନ୍ତି।ସ୍ୟୌମେନ ଭବିଷ୍ୟତରେ ଜାତୀୟ ସ୍ଵର୍ଣ୍ଣ ପଦକ ହାସଲ କରି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ପାଇବା ପାଇଁ ଆଶା ରଖିଛନ୍ତି। ବାଲୁଗାଁ ଅଞ୍ଚଳର ପ୍ରତିଭାବାନ ଖେଳାଳି ସ୍ୟୌମେନ ବ୍ରହ୍ମପୁରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢ଼ିବା ସହ ଜିମରେ ପ୍ରତିଦିନ ଅଭ୍ୟାସ କରିବା ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଶକ୍ତି ଉତ୍ତୋଳନ ସଂଘର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ, ଅଧକ୍ଷ ଇ.ଚିତ୍ତରଞ୍ଜନ ସ୍ବାଇଁଙ୍କ ସହ ଅଞ୍ଚଳର କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀ ଶୁଭେଛା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now