ସାବିତ୍ରୀ ଅମାବାସ୍ୟା ପାଇଁ ବଜାର ଗହଳୀ
ମହରଗ ବଜାର କୁ ନେଇ ଚିନ୍ତାରେ ଗ୍ରାହକ

ଖୋର୍ଦ୍ଧା: ଓଡ଼ିଆ ଘରେ ଓଷା ଏବଂ ବତ୍ର ଏକ ପୂରାତନ ପରମ୍ପରା । ଏହା ଆଜି ମଧ୍ୟ ସହର ଠାରୁ ପୂରପଲ୍ଳୀରେ ଜୀବିତ ରହିଛି । ଓଷା ଏବଂ ଉପବାସ କଥା ଉଠିଲେ ପ୍ରଥମେ ଘରେ ଘରେ ପିଠା, ପଣା,ଫଳମୂଳ କିଣିବା ମୁଖତଃ ମନେପଡ଼େ । ଦେବା ଦେବୀଙ୍କ ନିକଟରେ ଭୋଗଲାଗି ଠାରୁ ଉପବାସ ଭାଙ୍ଗିବା ସମୟରେ ଆମ୍ବ, ପଣସ, ନଡ଼ିଆ, ସେଓ, ସପୁରୀ, ଖଜୁରୀ, ତାଳ ସମେତ ବିଭିନ୍ନ ଫଳମୂଳ ଖୋଜା ପଡ଼ିଥାଏ ।ମାତ୍ର ଗତ କିଛି ବର୍ଷ ହେବ ଫଳର ମହଙ୍ଗାମାଡ଼ ଗ୍ରାହାକଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ପ୍ରକୃତିକ ଦୁର୍ବିପାକ ଯୋଗୁ ଆମ୍ବ,କଦଳୀ, ଲିଚୁ, କମଳା ଓ ପଣସ ଚାଷୀଙ୍କ ଫସଲ ପ୍ରାୟତଃ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେଣୁ ବଜାରରେ ଏହାର ପ୍ରଭାବ ଦେଖାଯାଇଛି ।ଆଉ ଯେଉଁ ପରିମାଣରେ ଚାଷୀ ଆମ୍ବ, ପଣସ, କଦଳୀ ବଜାରକୁ ବିକ୍ରୀ ନିମନ୍ତେ ଆଣୁଛନ୍ତି ତାହା ସହରବାସୀଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ ।ଫଳରେ ପଡୋଶୀ ରାଜ୍ୟ ଆନ୍ଧ୍ରର କଦଳୀ ଏବଂ ଆମ୍ବ ଚାହିଦା ବୃଦ୍ଧି  ସମେତ ବିପୁଳ ପରିମାଣରେ ବିକ୍ରୀ ହେଉଛି । ଅନ୍ୟପକ୍ଷରେ ଜିଲ୍ଲାରେ ଅମଳ ହେଉଥିବା ଚମ୍ପା କଦଳୀ ସମେତ ଆନ୍ଧ୍ର କଦଳୀର କୃତିମ ଅଭାବ ଖୋର୍ଦ୍ଧା ସହରରେ ଦେଖାଯାଇଛି ।

ତେଣୁ ଆନ୍ଧ୍ରରୁ ଉତ୍ପାଦନ ହେଉଥିବା ଦେଶୀ କଦଳୀ (ଅମୃତପାଣୀ)ବିପୁଳ ପରିମାଣରେ ବିକ୍ରୀ ହେବା ପରିଲକ୍ଷିତ ହେଉଛି । ତେବେ ଚମ୍ପା କଦଳୀରେ ବ୍ୟବସାୟୀଙ୍କ ଅଳ୍ପଲାଭ ମିଳୁଥିବା ଯୋଗୁଁ ସେମାନେ ଚମ୍ପା କଦଳୀର କୃତିମ ଅଭାବ କରିଥିବା କୁହାଯାଉଛି ।ଯାହା ଫଳରେ ମଧ୍ୟବିତ ଓ ଗରୀବ ଲୋକେ ବାଧ୍ୟ ହୋଇ ଅମୃତପାଣୀ କଦଳୀ ଅଧିକ ଦର ଦେଇ କିିଣୁଥିବା ଦେଖାଯାଇଛି ।
  ସୂଚନାଯୋଗ୍ୟ ବିଶ୍ୱାସ ରହିଛି ସ୍ୱାମୀଙ୍କ ଦିର୍ଘାୟୁ ନିମନ୍ତେ ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ନିଷ୍ଠାର ସହିତ ଉପବାସ ରଖି ଏହି ବ୍ରତ ପାଳନ କରୁଥିବା ବେଳେ ନବବଧୂଘରକୁ ଭାରରେ ଶାଢୀ, ଶଙ୍ଖା, ଫଳମୂଳ ମିଷ୍ଟାନ ପ୍ରଭୃତ ନେବା ପରମ୍ପରା କେଉଁ ଆବାହମାନ କାଳରୁ ଚାଲିଆସୁଛି । ତେଣୁ ସାବିତ୍ରୀ ପର୍ବକୁ ଦେଖି ଛତୁ ଫୁଟିଲା ପରି ଫଳଦୋକାନ ଖୋଲିଛି ସତ କିନ୍ତୁ ଏଥିରେ ବିକ୍ରୀ ହେଉଥିବା ଫଳମୂଳ ମଧ୍ୟରୁ ଅଧିକାଂଶ ଅନ୍ୟ ଜିଲ୍ଳାର ଚାଷୀଙ୍କ ଦ୍ୱାର ଅମଳ ଫଳମୂଳ ।ପଣସ ଅମଳରେ ଜିଲ୍ଳା ବହୁ ପଛରେ ପଡ଼ିଥିବା ବେଳେ ଗଞ୍ଜାମ ଓ କନ୍ଧମାଳ ରୁ ଆସୁଥିବା ପଣସ ଅଧିକା ମାତ୍ରାରେ ଦୋକାନରେ ମିଳୁଛି ।ସାବିତ୍ରୀ ଯେତିକି ନିକଟତର ହେଉଛି ପଣସ ଦର ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ତେଣୁ ଲୋକମାନେ ଏବେଠାରୁ ଆଗୁଆ ପଣସ କିଣିନେଉଥିବା ଦେଖିବାକୁ ମିଳିଛି । ପଣସ ଦର ୫୦ଟଙ୍କା ଠାରୁ ଆରମ୍ଭ କରି ୩ଶହ ଟଙ୍କା ଯାଏଁ ଦରରେ ପଣସ ବିକ୍ରୀ ହେଉଛି । ସପୁରୀ ଦର ୪୦ରୁ ୬୦ଟଙ୍କା ହୋଇଥିବା ବେଳେ ଆମ୍ବ କିଣିବାକୁ ଗ୍ରାହକ ଭୟ କରୁଛନ୍ତି । ବଜାରରେ ଦେଶୀ ଆମ୍ବର ଦର କିଲୋପିଛା ୪୦ରୁ ୬୦ଟଙ୍କା ଥିବା ବେଳେ ଉନ୍ନତମାନ ଆମ୍ବ ଯଥା ବାଇଗଣପଲେଇ  ୭୦ଟଙ୍କା, ସୁନ୍ଦରୀ ଆମ୍ବ ୯୦ରୁ ୧୦୦ ଏବଂ ଦୋଷରୀ ଆମ୍ବ ୧୧୦ଟଙ୍କା ରୁ କମ୍ରେ ମିଳୁନି । ଚଳିତ ବର୍ଷ କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ବଗିଚାଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଦେଶୀ ଆମ୍ବ, ପଣସ, କଦଳୀ ପ୍ରଭୃତି କରିଥିବା ଚାଷୀ ଏକ ପ୍ରକାର ହତାସ ହୋଇଛନ୍ତି ।

ଏପରିସ୍ଥଳେ ଯେଉଁ କିଛି ଫଳ ରହିଛି ତାହାକୁ ମାଙ୍କଡ଼ ପଲ୍ଲ ରଖାଇ ଦେଉନଥିବା ଚାଷୀ ଲକ୍ଷ୍ମୀଧର ନାୟକ ଅଭିଯୋଗ କରିଛନ୍ତି । ତେଣୁ ଚଳିତ ବର୍ଷ ଫଳଦର ବୃଦ୍ଧି ପାଇଛି । ତାଳ ଓ ଖଜୁରୀ କଥା ଭାବିବା କଷ୍ଟକର ହେଉଛି ।ତାଳ ଓ ଖଜୁରୀ ଚାଷରୁ ଚାଷୀ ମୁହଁ ଫେରାଉଥିବା ବେଳେ ଯାହା ଏ ଭଳି ଗଛ ରହିଛି ତାହା ଧିରେ ଧିରେ ଲୋପ ହେବାକୁ ବସିଛି ।ଯେଉଁ ଖୋଲା ଜାଗାରେ ଏ ଗଛ ଥିବା ଜମି ଥିଲା ସେଗୁଡ଼ିକ ଏବେ ଜମି ମାଫିଆଙ୍କ କବଜ୍ଜାରେ । ଉକ୍ତ ଜମି ମାଫିଆମାନେ ସଫା କରିଦେବା ଫଳରେ ଖଜୁରୀ ଓ ତାଳ ଗଛ ଦେଖିବା କଷ୍ଟକର ହେଉଛି ।ତେଣୁ ବଜାରରେ ତାଳ ଗୋଟାକୁ ୨୦ରୁ ୩୦ଟଙ୍କା ଏବଂ ଖଜୁରୀ କୋଳି ପ୍ୟାକେଟ ୧୦ଟଙ୍କାରୁ ୧୫୦ଟଙ୍କା ରେ ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ବ୍ୟବସାୟୀ ପ୍ରକାଶ କରିଛନ୍ତି ।


  ସେହିପରି ବଜାରରେ ଲିଚୁ କୋଳି ଲିଚୁ କୋଳି ୨୦୦ରୁ ୨୫୦ଟଙ୍କା, ଜାମୁ କୋଳି ୨ଟାକୁ ୫ଟଙ୍କା, ସେଓ ୨୦୦ରୁ ୩୦୦ ଟଙ୍କା, ରେଡ ଗ୍ଲୋବ ଅଙ୍ଗୁର କିଲୋପିଛା ୨୫୦ଟଙ୍କା ଓ ଜମ୍ବୁ ଅଙ୍ଗୁର କିଲୋପିଛା ୧୪୦ରୁ ୧୮୦ରେ ବିକ୍ରୀ ହେଉଛି । କମଳା କିଲୋପିଛା ୧୦୦ରୁ ୧୫୦, ସିଙ୍ଗାପୁରୀ କଦଳୀ କିଲୋ ପ୍ରତି ୫୦ଟଙ୍କା, ଦେଶୀ କଦଳୀ ଡର୍ଜନ୍ ୧୫୦, ଡାଳିମ୍ବ ୨୦୦ ରୁ ୩୦୦ଟଙ୍କା ଦରରେ ବିକ୍ରୀ ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *