ଆଜି ପ୍ରାର୍ଥୀପତ୍ର ଦାଖଲ ଦିନରେ ଖୋର୍ଦ୍ଧା ପିଏନ୍ କଲେଜରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ
ଖୋର୍ଦ୍ଧା:- କଲେଜ ନିର୍ବାଚନକୁ ନେଇ ଆଜି ପ୍ରାର୍ଥୀପତ୍ର ଦାଖଲ ଚାଲିଥିବା ବେଳେ ଖୋର୍ଦ୍ଧାସ୍ଥିତ ପିଏନ୍ କଲେଜ ନିକଟରେ ରେ ଏକ ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏକ ପୋଲିସ ଗାଡ଼ିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପତାକା ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

କଲେଜ ନିର୍ବାଚନ ଭଳି ଏକ ସମ୍ବେଦନଶୀଳ ସମୟରେ ପୋଲିସ ଗାଡ଼ିରେ ଛାତ୍ର ସଂଗଠନର ପତାକା ରହିବା ଘଟଣା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଏହି ପତାକା କେଉଁ ପରିସ୍ଥିତିରେ ଗାଡ଼ିରେ ଲାଗିଥିଲା ଏବଂ ଏହା ସମ୍ପର୍କରେ ପୋଲିସ ପ୍ରଶାସନର ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ ହେବା ଆବଶ୍ୟକ।

ତେବେ ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନର ପ୍ରତିକ୍ରିୟା ଏବଂ ଗାଡ଼ିରେ ପତାକା ଲାଗିବାର ପ୍ରକୃତ କାରଣ ଜଣାପଡ଼ିବା ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now