ସାବଧାନ! ଅନ୍ଧାର ରାତିରେ ବୁଲାବୁଲି କରୁଥିଲେ ସତର୍କ ରୁହନ୍ତୁ । ବାହାରେ ସାପଙ୍କ ଚଳପ୍ରଚଳ ଆରମ୍ଭ ହୋଇଗଲାଣି ।ଏବେ ସାପ ଅଣ୍ଡା ଦେବାର ସମୟ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶୁଛନ୍ତି । ବିପଦ ଆଶଙ୍କା ମାତ୍ରେ ଦଂଶନ କରୁଛନ୍ତି ।ମେ’ ମାସରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ । ବର୍ଷା ଋତୁରେ ସାପ ଅଣ୍ଡା ଦିଅନ୍ତି । ସାପ ଗାତରେ ପାଣି ପଶିଯିବା ଯୋଗୁ ସାପ ବାହାରେ ପ୍ରବଳ ମାତ୍ରାରେ ବୁଲନ୍ତି । ଖାଦ୍ୟ ଅନ୍ୱେଷଣରେ ଘରେ ପଶନ୍ତି । ସାପ ଚଳପ୍ରଚଳ ଯୋଗୁ ଏହି ସମୟରେ ସର୍ପାଘାତ ବୃଦ୍ଧି ପାଉଛି । ଚଳିତ ମାସ ପହିଲାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ମୁଖ୍ୟତଃ ରାତିରେ ସର୍ପାଘାତର ଶିକାର ହେଉଥିବା ଲୋକଙ୍କ ଜୀବନ ଯିବାର ଆଶଙ୍କା ବଢ଼ିଯାଉଛି ।ଘର ଚାରି ପାଖ ସଫାସୁତୁରା ରଖିବା ସହିତ ସାପ କାମୁଡ଼ିବା ମାତ୍ରେ ଗୁଣିଗାରେଡିକୁ ବିଶ୍ୱାସ ନକରି ଯଥାଶୀଘ୍ର ମେଡିକାଲ୍ରେ ଭର୍ତ୍ତି କଲେ ଜୀବନ ବଞ୍ଚିବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଅପରପକ୍ଷରେ ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ, ସବୁଠି ଆଣ୍ଟି ସ୍ନେକ ଭେନମ୍ ଉପଲବ୍ଧ ରହିଛି । ତେଣୁ ସାପ କାମୁଡ଼ିବା ମାତ୍ରେ ତୁରନ୍ତ ମେଡିକାଲ୍ରେ ଭର୍ତ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now