ଖୋର୍ଦ୍ଧା: – (ଶୁଭ ଖବର) ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ୪ ଯୁବତୀଙ୍କ ମଧ୍ୟରୁ ୩ଜଣଙ୍କ ଘର ଗଜପତି ଜିଲ୍ଲା ମୋହନା ଅଞ୍ଚଳର ହୋଇଥିବା ବେଳେ ଜଣଙ୍କ ଘର ରାୟଗଡ଼ା ଗୁଣୁପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତ ଯୁବତୀ ଖ୍ରୀଷ୍ଟିଆନ୍ ଧର୍ମର ହୋଇଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ମେଜରଙ୍କ ସହ ଛତିଶଗଡ଼ ଯାଉଥିଲେ। ଉଦ୍ଧାର ପରେ ସମସ୍ତ ଯୁବତୀଙ୍କୁ ନିଜ ପରିବାର ଲୋକଙ୍କ ଜିମା ଦିଆଯାଇଛି। ଅନ୍ୟପଟେ ଯୁବତୀ ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ବଜରଙ୍ଗ ଦଳର କର୍ମକର୍ତ୍ତା ଓ ପୁଲିସ ସହଯୋଗରେ ଷ୍ଟେସନ୍ ରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଘଟଣାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ରେ ରାଜରାଣୀ ଏକ୍ସପ୍ରେସ୍ ରୁ ସମସ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଧର୍ମ ପରିବର୍ତ୍ତନ କରି ଉଚ୍ଚ ଶିକ୍ଷା ନାଁରେ ଯୁବତୀଙ୍କୁ ଚାଲାଣ କରାଯାଉଥିବା ବଜରଙ୍ଗ ଦଳର କର୍ମକର୍ତ୍ତା ଖବର ପାଇଥିଲେ। ୪ ଜଣ ଯୁବତୀଙ୍କ ସହ ଜଣେ ମେଜରଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ। ସେମାନେ ଯୁକ୍ତ ଦୁଇ ପଢ଼ିବା ପାଇଁ ଛତିଶଗଡ଼ ଯାଉଥିବା ଜାଣିବାକୁ ପାଇଥିଲା ପୁଲିସ। ପରେ ଯୁବତୀମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ସେମାନେ ଆସିବା ପରେ ସମସ୍ତ ଯୁବତୀଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now