ଖୋର୍ଦ୍ଧା: – (ଶୁଭ ଖବର)ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମରେ ଶୀତଳ ଷଷ୍ଠୀ ମହୋତ୍ସବ ବିଶ୍ୱାସ ମା ଜାଗେଶ୍ୱରୀ ମନ୍ଦିର ପରିସରରେ ଉଦଘାଟିତ ହୋଇଛି । ଏଥିରେ ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ମୋହିଉଦ୍ଦିନ ଅହମ୍ମଦଙ୍କ ଅଧ୍ୟକ୍ଷତା ଓ ସମାଜସେବୀ ରମାକାନ୍ତ ପାତ୍ରଙ୍କ ସଂଯୋଜନାରେ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ମୁଖ୍ୟଅତିଥି, ସମାଜସେବୀ ମନୋଜ କୁମାର ପ୍ରଧାନ ମୁଖ୍ୟବକ୍ତା,ଡ଼ଃ ଲକ୍ଷ୍ମୀପ୍ରିୟା ପଣ୍ଡା ଓ ଗ୍ରାମ୍ୟ କମିଟି ସମ୍ପାଦକ ଲଡୁ କିଶୋର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଇଚାରାର ପର୍ବ ହେଉଛି ମହୋତ୍ସବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯୁବ ନାଟ୍ୟ ନିର୍ଦ୍ଦେଶକ ଡ଼ଃ ସନ୍ଦୀପ କୁମାର ସାହୁ ଙ୍କୁ “ନାଟ୍ୟଗୁରୁ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ କୁଶପଲା କଳା ସଂସଦ ପକ୍ଷରୁ”ହା କୃଷ୍ଣ ବୋଲି ଯାଉ ଜୀବ” ନାଟକ ପରିବେଷଣ ହୋଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now