ଖୋର୍ଦ୍ଧା, (୨୧/୦୧):- ଜଟଣୀ ରୁ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଜି ଏସ ଟି କାର୍ଯ୍ୟଳୟ ସମ୍ମୁଖରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ ମୃତ ହୋଇଛି।

ହିରୋ ହୁଣ୍ଡା ଗ୍ଲାମର କୁ କାର ଧକା ଦେବାରୁ, ଭାରସମ୍ୟ ହରାଇ ବାଇକ୍ ଆରୋହୀ ଯୁବକ ତଳେ ପଡିଲା ପରେ ବିପରୀତ ଦିଗରୁ ଆସୁଥିବା ପିକପ ଭ୍ୟାନ ତାଙ୍କ ଉପରେ ଚଢି ଯୁବକ ଙ୍କ ର ମୃତ ହୋଇଥିବା ସୂଚନା। ମୃତ ଯୁବକର ପରିଚୟ ମିଳିପାରି ନାହିଁ । ଖବର ପାଇ ଜଟଣୀ ପୋଲିସ ମୃତ ଦେହ ଜବତ କରି ଦୁଇଟି ଗାଡିକୁ ଅଟକ ରଖି ଅଧିକ ତଦନ୍ତ କରୁଛି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now