ହଟକେଶ୍ଵର ମକର ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା

ଖୋର୍ଦ୍ଧା,୧୫/୧: ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ଜିଲା ପ୍ରଶାସନ ଓ ମକର ମହୋତ୍ସବ କମିଟିର ସହଯୋଗରେ ସଂସ୍କୃତି ପର୍ଯ୍ୟଟନ ବିଭାଗ ପକ୍ଷରୁ ମକର ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଉଦ୍ଘାଟିତ ହୋଇଯାଇଅଛି।



ମକର ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସୁଧାକର ସେଠୀଙ୍କ ସଂଯୋଜନାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ମୁଖ୍ୟ ଅତିଥି,ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟବକ୍ତା,ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଓ ସମସ୍ତ ସମିତି ସଭ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ସମସ୍ତଙ୍କୁ ଏକଜୁଟ କରି ଭାଇଚାରା ବାର୍ତ୍ତା ବହନ କରିଥାଏ ବୋଲି ମତ ପ୍ରକାଶ କରିବା ସହ ଅଞ୍ଚଳର ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇ ଥିଲା।



ସଭାର ପ୍ରାରମ୍ଭରେ ଓଡ଼ିଶା ଆଦର୍ଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅଭିନେତ୍ରୀ ପୁନମ, ପଲିଟିକାଲ ଆଖଡ଼ା କଳାକାର ବୃନ୍ଦ ,ଢେମସା,ମଡର୍ଣ୍ଣ  ଡାନ୍ସ , ନୁପୁର ଡ୍ୟାନସ ଗ୍ରୁପ ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭରପୁର ଦର୍ଶକ ରେ ପରିପୂର୍ଣ ଥିଲା ମହୋତ୍ସବ ପଡିଆ । ଆଜିର କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ଥିଲା ଏମିତିକି ଏତେ ଶୀତ ଓ ହାତୀ ଭୟକୁ ଖାତିର ନକରି ଶେଷ ପର୍ଯ୍ୟନ୍ତ ଦର୍ଶକ ମାନେ କଳାକାର ମାନଙ୍କୁ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା ।ବେଶ ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଛି ଏହି ସନ୍ଧ୍ୟା । ସ୍ଥାନୀୟ ବିଧାୟକ ,ବାରପଲ୍ଲୀ ର ଶାନ୍ତି କମିଟି ର ବଳିଷ୍ଠ ସହଯୋଗ ଓ ମକର ମହୋତ୍ସବ କମିଟି ର ସଦସ୍ୟ ମାନଙ୍କ ସହଯୋଗ ଯୋଗୁ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ।



ଦର୍ଶକ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଧାୟକ ଙ୍କ ଅନୁମତିକ୍ରମେ ବେଗୁନିଆ ଠିକାଦାର ସଂଘ ପ୍ରଯୋଜନା ରେ ଏକ ମାଗଣା ଲଟେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨ ହଜାର ଟିକେଟ ରୁ ତିନି ଜଣ ଭାଗ୍ୟଶାଳୀ  ବିଜେତା ଆଜି ବିଧାୟକ , ଠିକାଦାର ସଂଘ ଓ ମହୋତ୍ସବ କମିଟି ଦ୍ଵାରା ଆଇରନ, ଫ୍ୟନ୍,ସାଇକଲ ଉପହାର ଗ୍ରହଣ କରିଛନ୍ତି । ଦର୍ଶକ ମାନଙ୍କୁ ଅନୁଷ୍ଠାନ ସହିତ ବାନ୍ଧି ରଖିବାକୁ ଏହା ଏକ ସ୍ବତନ୍ତ୍ର ପ୍ରାୟାସ ଏହା ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଧ୍ୟକ୍ଷ ବିଧାୟକ ଶ୍ରୀ ସାହୁ କହିଛନ୍ତି ।

ଆଜିର ଭାଗ୍ୟ ଶାଳୀ ବିଜେତା ମାନେ ହେଲେ ଦିଲ୍ଲୀପ ମହାପାତ୍ର, ସାଇଶ୍ରୀ ପ୍ରଧାନ ଓ ପ୍ରିୟବ୍ରତ ସାମନ୍ତରାୟ । ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ ମହୋତ୍ସବ କୁ ଉପଭୋଗ କରନ୍ତୁ, କଳାକାର ମାନଙ୍କୁ ଉତ୍ସାହିତ କରନ୍ତୁ ଓ ଶେଷ ପର୍ଯ୍ୟନ୍ତ ରହି ମହୋତ୍ସବ କମିଟି କୁ ପ୍ରେରଣା ଯୋଗନ୍ତୁ ଓ ଉପହାର ନିଅନ୍ତୁ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *