ପଲ୍ୟୁସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ
ସରକାର ଏହି ବିବାଦୀୟ ନିଷ୍ପଭି ପ୍ରତ୍ୟାହାର ନକଲେ, ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ
ଭୁବନେଶ୍ଵର, (୦୮/୦୧):- ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜ୍ୟ ସରକାରଙ୍କ ଅନ୍ଧ ନୀତି ଯୋଗୁଁ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି। ଏହି ଅନ୍ଧ ନୀତିର ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ଵରର ଆରଟିଓ – ୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି। ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତି କୁ ବିଶେଷକରି ପଲ୍ୟୁସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି।

ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ଅନ୍ଧ ନୀତିର ତୀବ୍ର ସମାଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ପ୍ରଦାନ କରାଯାଇଥିଲା। ଯୁବ ସଭାପତି ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡ଼ୁଛି । ସରକାରଙ୍କ ତୋଗଲକି ନିଷ୍ପରି ଯୋଗୁଁ ରାଜ୍ୟବାସୀ ଅତିଷ୍ଟ ହୋଇପଡିଲେଣି।

ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲ୍ୟୁସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପଲ୍ୟୁସନ ସାର୍ଟିଫିକେଟ ନଥୁଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପରି ସମ୍ପୂର୍ଣ ବେଆଇନ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଏହାଛଡା ଫାଇନ ପୈଠ ନହେଲେ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି। ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ କରିବ ।

ଏହି କାର୍ଯ୍ୟକ୍ରମରେ ଯୁବ ଛାତ୍ର ନେତୃବୃନ୍ଦ ଯଥା ଏସ୍.କେ ଅମିର୍ ମହମ୍ମଦ, ପ୍ରଶାନ୍ତ ପଣ୍ଡା, ଅମରଜିତ୍ ସେନାପତି, ସୋଫିଆ ଆଲମ୍, ଶୁଭ୍ରାଂଶୁ ମିଶ୍ର, ଦୀପକ ମହାପାତ୍ର, ଶୁଭ୍ରଜିତ୍ ପାଢ଼ୀ, ସ୍ମୃତିରଞ୍ଜନ ପଟ୍ଟନାୟକ, ଦୀପକ ଜେନା, ସତ୍ୟଜିତ ପଟ୍ଟନାୟକ, ସଂଜିତ୍ ମହାନ୍ତି, ଲଗ୍ନାଦିପ ମିଶ୍ର, ମନୋଜ ସେନାପତି, ମନୋଜ ମହାନ୍ତି, ବିଜୟ କେତନ ସାହୁ, ଅମ୍ବିକା ପ୍ରସାଦ ଦାସ, ଆଶିଷ ସାହୁ, ସୌମ୍ୟରଂଜନ ତ୍ରିପାଠୀ, ଦୀପକ ସାହୁ, ଦୀପକ ବେହେରା, ଜଗନ୍ନାଥ ଲେଙ୍କା, ଅଂଶୁମାନ ରଶ୍ମୀ ସାଗର, ସ୍ବଦେଶ ରଞ୍ଜନ ସିଂହ, ସତ୍ୟଜିତ ଦାସ, ଅବିନାଶ ପ୍ରଧାନ, ସୁକାନ୍ତ ନାୟକ, ସୁଦୀପ୍ତ ସାମଲ, ନୀଳମାଧବ ମହାନ୍ତି, ଅମରଜିତ୍ ଗଜେନ୍ଦ୍ର, ପ୍ରଫୁଲ୍ଲ ନାୟକ, ଚିନ୍ମୟୀ ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ରଶ୍ମୀରେଖା ମଲିଜ, ସୌମ୍ୟ ସାର୍ଥକ ରାୟ, ବିଶ୍ଵରଂଜନ ବାଗ, ପୃଥ୍ବୀରାଜ ପଣ୍ଡା, ବିଶ୍ଵରଂଜନ ଭୂୟାଁ, ଅନନ୍ତ ବେହେରା, ଦୀପକ ମହାପାତ୍ର, ସୁଧାଂଶୁ ରଣା, ଲୋରା ମହାପାତ୍ର, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ବିକାଶ ସାହୁ, ଚିନ୍ମୟ ଦାସ, ବାବୁ ଖାଁ, ରକି ଦାସ, ସୁଜିତ୍ ପାଲଟାସିଂହ, ଅମିତ୍ ଜେନା, ଅଶୋକ ନାୟକ, ସୌମ୍ୟ ରଞ୍ଜନ ମହାପାତ୍ର, ସ୍ନେହାଶିଷ ଜେନା, ସାଗର ବଳବନ୍ତରାୟ, ଦିବ୍ୟ ରଞ୍ଜନ ସିଂହ ସେଠୀ, ଏସ୍. କେ ନୱାଜ, ତବ୍ରେଜ୍ ଖାଁ, ଫତିମା ଖାତୁନ୍, ସମିମ୍ ଅଖତର, ଦେବସ୍ମିତା ଦାସ, ଦୀପକ ମହାପାତ୍ର, ସାଇରାମ୍ ସେଠୀ, ଶୁଭ୍ରାଂଶୁ ବେହେରା, ସଜିକାନ୍ତ ରାଉତ, ବିଶ୍ଵଜିତ୍ ଜେନା, ଦିପ୍ତେନ୍ଦୁ ଚୌଧୁରୀ, ଫାନ୍ତି ସାମନ୍ତସିଂହାର, ସଚ୍ଚିକାନ୍ତ ସାହୁ, ପ୍ରଦ୍ୟୁମ୍ନ ମହାନ୍ତି, ସିପୁଲ ସ୍ଵାଇଁଙ୍କ ସହ ୧ ହଜାରରୁ ଊର୍ଦ୍ଧ୍ବ ଯୁବ ଓ ଛାତ୍ର ସାମିଲ ହୋଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now