ଖୋର୍ଦ୍ଧା , (୦୭/୦୧):- ବେଗୁନିଆ ସଦର ମହକୁମା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବେଗୁନିଆ ଠିକାଦାର ସଂଘ ର ବନ୍ଧୁ ମିଳନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ଠିକାଦାର ଅମୀୟ ରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଶୁଭକାନ୍ତ ମହାପାତ୍ର ଉପସ୍ଥିତ ସମସ୍ତ ଠିକାଦାର ବନ୍ଧୁ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବେଗୁନିଆ ବୋଲଗଡ ର ବିକାଶ ଆମର ଲକ୍ଷ୍ୟ ସହ ଠିକାଦାର ଭାଇ ମାନଙ୍କ ଅର୍ଥନୈତିକ ଉନ୍ନତି ବିଷୟରେ ବକ୍ତବ୍ୟ ରଖିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସମାଜ ସେବୀ ପ୍ରଶାନ୍ତ ବେହେରା ଯୋଗଦେଇ ବେଗୁନିଆ ର ସାମଗ୍ରିକ ବିକାଶ ଓ ଠିକାଦାର ଭାଇ ମାନଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟରେ କାମ ପାଇଥିବା ଠିକାଦାର ବନ୍ଧୁଙ୍କୁ ଅତିଥି ଶୁଭେଚ୍ଛା ଜଣାଇଥିଲେ । ଉପସ୍ଥିତ ସମସ୍ତ ଠିକାଦାର ବନ୍ଧୁ ଏହାକୁ ସମ୍ମାନ ଦେଇ ଆସିଛନ୍ତି ଯାହା ଫଳରେ ୯୫ ପ୍ରତିଶତ କାମ ନିର୍ଦ୍ଧାରିତ ଦର ରେ ହୋଇଛି ଓ ଆଗାମୀ ଦିନ ରେ ବେଗୁନିଆ ବୋଲଗଡ ବିକାଶ ରେ ସହଯୋଗ କରିବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନେଇଛନ୍ତି । ।ଉକ୍ତ କାର୍ଯ୍ୟକ୍ରମ ରେ ୩୦ ରୁ ଉର୍ଦ୍ଧ ଠିକାଦାର ଙ୍କ ସହ ବେଗୁନିଆ ବୋଲଗଡ ସଂଘ ର କମିଟି ମେମ୍ବର ଯୋଗଦେଇଥିବା ବେଳେ ପରିଚାଳନା ରେ ଠିକାଦାର ଦିବାକର ପଣ୍ଡା,ଅଶୋକ ସେନାପତି,ରମେଶ ସାହୁ ରେହେମନ ଖାଁ ,ପୁଜେଶ ପ୍ରଧାନ, ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ ଠିକାଦାର ଅକ୍ଷୟ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now