ବେଗୁନିଆ,(୨୪/୧୨):- ବେଗୁନିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଜୁ ଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ବେଗୁନିଆ ବିଜେଡି ସଭାପତି ପ୍ରଶାନ୍ତ ବେହେରା, ବୋଲଗଡ ବିଜେଡି ସଭାପତି ବାନମ୍ବର୍ ମାଝି,ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବୋଲଗଡ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ବୋଲଗଡ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ରାୟଗୁରୁ, ସୁଭେନ୍ଦ୍ର କୁମାର ସାହୁ, ପ୍ରଦୀପ୍ତ କିଶୋର ଛୋଟରାୟ , ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଙ୍କ ସମେତ ବେଗୁନିଆ ବୋଲଗଡ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଛାମୁଆ କର୍ମୀ ଓ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।

ଆସନ୍ତା ଡିସେମ୍ବର ୨୬ ର ବୋଲଗଡ ସ୍ଥିତ ନନ୍ଦିଘୋଷ ଭବନ ଠାରେ ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନିଷ୍ପତି ହେଲା। ଉକ୍ତ ବୈଠକ ରେ ବିଧାୟକ ଶ୍ରୀ ସାହୁ ସରକାରଙ୍କ ବିଫଳତା, ମହିଳା ନିର୍ଯାତନା,ଚାଷୀ ମାରଣ ନୀତି, ସାର କଳାବଜାରୀ, ଆୟୁଷ୍ମାନ ଯୋଜନା ସମେତ ସବୁ କ୍ଷେତ୍ର ରେ ସରକାର ବିଫଳ ଏବଂ ଅନ୍ୟମାନେ ସମସ୍ତେ ବିଜୁ ଜନତା ଦଳ ର ସଫଳତା ସରକାରଙ୍କ ବିଫଳତା ସମ୍ପର୍କରେ ବଖାଣି ଥିଲେ ।
ଏହି ବାର୍ତ୍ତା ପ୍ରତିଷ୍ଠା ଦିବସ ରେ ସମସ୍ତ ଜନସାଧାରଣ ଙ୍କୁ ପହଞ୍ଚାଇବା ସହ ଜନ ସଚେତନତା ସୃଷ୍ଟି କରାଯିବ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now