ଖୋର୍ଦ୍ଧା,(୨୪/୧୨);- :ପଶ୍ଚିମବଙ୍ଗ ର କାଲିମପଙ୍ଗ ଠାରେ ଡିସେମ୍ବର ୨୦ ରୁ ୨୧ ତାରିଖ ରେ ତୃତୀୟ କାଲିମପଙ୍ଗ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ସିନିଅର ବାଳକ ବିଭାଗରେ ଏକେଏସ୍ ଟାଏକୋଣ୍ଡା ଏକାଡେମୀର ବିଶ୍ୱରଞ୍ଜନ ଅମରଦୀପ୍ ଆନ୍ତର୍ଜାତିୟ ସ୍ତରରେ “ପୁମସେ” ବିଭାଗରେ ସୂର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (ବିଶ୍ୱ ଟାଇକୋଣ୍ଡୋ ଫେଡେରେସନ) ଏବଂ ଦଳ ସଞ୍ଚାଳକ ଭାରତୀ ଜଗଦେବ ଙ୍କ ନେତୃତ୍ୱ ରେ ଏହି ସଫଳତା ହାସଲ କରିଛନ୍ତି। ଅମରଦୀପ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମ ର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଟ ପୁତ୍ର ଅଟନ୍ତି।ଭୁବନେଶ୍ବର ର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ପୁରୀର ସାଂସଦ ଡଃ.ସମ୍ବିତ ପାତ୍ର ଅମରଦୀପ ଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି। ଓଡିଶା ର ମାନ୍ୟବର କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଅମରଦୀପ ତାଙ୍କର ଏହି ସଫଳତା ପଛରେ ତାଙ୍କ ଗୁରୁ ଗ୍ରାଣ୍ଡ ମାଷ୍ଟର ଅଶୋକ କୁମାର ସାହୁଙ୍କର ପରିମାର୍ଜିତ ଶିକ୍ଷା ଏବଂ ପ୍ରେରଣା ଦାୟକ ଉତ୍ତମ କୌଶଳ ବିଦ୍ୟା ଯୋଗୁ ଏହା ସମ୍ଭବ ହୋଇପାରିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now