ଜିଲ୍ଲାପାଳ ଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ : ପିଚୁକୁଳି କଲ୍ୟାଣୀ ମଣ୍ଡପ ପରିସରରେ ଜନଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା,(୨୨/୧୨):- ଖୋରଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଅମ୍ରିତ୍ ଋତୁରାଜ ଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅଧୀନ  ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଅଛି ।



ଉକ୍ତ ଜନଶୁଣାଣି ଶିବିରରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀନିବାସ ମହାନ୍ତି,ଉପଜିଲ୍ଲାପାଳ,  କିଶୋର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ପ୍ରଦୀପ୍ତ କିଶୋର ଛୋଟରାୟ,
ବି ଡି ଓ, ବୋଲଗଡ଼ ସୁମନ୍ ସୁଧା କୁଣ୍ଡୁ, ତହସିଲଦାର,ବୋଲଗଡ଼,ବିଜୟ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ମାଝୀ, ସମବାୟବିତ ପବିତ୍ର ମୋହନ ମାଝି, ସମିତି ସଭ୍ୟ ଶ୍ରୀ ଗୁମାନସିଂ ପ୍ରମୁଖ ଉପସ୍ଥିତ ଥିଲେ ।



ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କହିଲେ ଯେ ସୁଶାସନ ସପ୍ତାହ ଚାଲିଥିବାରୁ ପ୍ରତ୍ୟେକ ଅଧିକାରୀ ନିଜ କାର୍ଯ୍ୟାଳୟ ଅଧୀନ କୌଣସି ଅଭିଯୋଗ ସମାଧାନକୁ  ସ୍ଥଗିତ ରଖିବେ ନାହିଁ l ଯଥାସମ୍ଭବ ସରକାରଙ୍କର ଏବଂ ଜିଲ୍ଲା ପ୍ରଶାସନ ନିୟମାନୁସାରେ ସେଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୮୮ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୭୩ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୧୫ ଗୋଟି ଅଭିଯୋଗ ଆସିଥିଲା l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତତ୍କାଳ ୪ ଗୋଟି ଅଭିଯୋଗ ର ସମାଧାନ କରିଥିବାବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଅଭିଯୋଗ ଶୁଣାଣି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ ଭୁବନେଶ୍ଵରୀ କଅଁର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *