ଖୋର୍ଦ୍ଧା, ୨୦/୧୨: ଖୋର୍ଦ୍ଧା ଆଦର୍ଶ ଥାନାର ଅତିରିକ୍ତ ଥାନା ଅଧିକାରୀ ଭାବେ ଭାଗ୍ୟଶ୍ରୀ ବେହେରା ଯୋଗଦେଇଛନ୍ତି । ଶ୍ରୀମତୀ ବେହେରା ପୂର୍ବରୁ ଜଙ୍କିଆ ଥାନାରେ ୪ବର୍ଷ ଏବଂ ଶିଳ୍ପାଂଚଳ ଥାନାରେ ୬ମାସ ହେବ ବେଶ୍ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି ।

ତେବେ ଶ୍ରୀମତୀ ବେହେରାଙ୍କ ଯୋଗଦାନ ପରେ ସେ ପ୍ରଥମେ ଥାନା ଅଧିକାରୀ ସଞ୍ଜୟ ନାୟକ ଙ୍କୁ ଭେଟିଥିବାବେଳେ ପରେ ଥାନାର କର୍ମଚାରୀ ଓ ଶୁଭେଛୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଦାସର୍ବଦା କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକି, ୨୦୧୭ ବ୍ୟାଚ ସବ୍ ଇନ୍ସପେକ୍ଟର ଭାବରେ ପୁଲିସ ସେବାରେ ଯୋଗଦାନ କରି ଇନିସ୍ପେକ୍ଟର ଭାବରେ ପଦୋନ୍ନତି ପାଇବା ପରେ ଆଦର୍ଶ ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now