ଖୋର୍ଦ୍ଧା ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା ରେ ପାରମ୍ପାରିକ ଲୋକକଳା ପ୍ରଦର୍ଶନ

ଖୋର୍ଦ୍ଧା,(୧୭/୧୨): ଖୋର୍ଦ୍ଧା ସଦର ମହକୁମାସ୍ଥ ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ ଅନୁଷ୍ଠିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଯାପନୀ ସମାରୋହ ଦ୍ୱିତୀୟ ସନ୍ଧ୍ୟାରେ ଆଜି ବହୁ ଜନ ସମାବେଶ ହୋଇଥିବାର ପରିଲିଖିତ ହୋଇଛି ।

ସନ୍ଧ୍ୟାରେ ମଞ୍ଚରେ    ନୃତ୍ୟା ୟନ ଖୋର୍ଦ୍ଧା  , ସଂସ୍କାର ଭାରତୀ ଖୋର୍ଦ୍ଧା, ମୟୁରଭଞ୍ଜ ର ଛଉ ନୃତ୍ୟ ର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ।ପ୍ରାରମ୍ବରେ ନୃତ୍ୟା ୟନ ଖୋର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ।ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରୁ ଲୋକ ମାନଙ୍କ ର ଭିଡ଼ ଲାଗି ରହିଥିବାର ଦେଖା ଯାଇ ଥିଲା।ଫାଷ୍ଟ ଫୁଡ଼ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖା ଯାଇ ଥିଲା। ପରେ ଖୋର୍ଦ୍ଧା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ସ୍ଥାନୀୟ ବିଧାୟକ  ପ୍ରଶାନ୍ତ କୁମାର ଜଗଦେବ,ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର , ସୂର୍ଯ୍ୟ ବଂଶୀ ସୁରଜ ଯୋଗଦେଇ ଖୋର୍ଦ୍ଧା ମହୋତ୍ସବ ଶିକ୍ଷା, ସୂଚନା,ସେବା ସାଂସ୍କୃତିକ ସମ୍ଭାରର ଅନନ୍ୟ ନିଦର୍ଶନ ବୋଲି ଉଦବୋଧନ ଦେଇ ଖୋର୍ଦ୍ଧାର ଐତିହାସିକ କିମ୍ବଦନ୍ତୀ ଉଜ୍ଜୀବିତ କରିବା ସହ ଖୋର୍ଦ୍ଧା ମାଟିର ଯୁବଶକ୍ତିକୁ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଭିଜନରେ ଅଂଶୀଦାର କରିବାକୁ ବହୁଗୁଣରେ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ l



ଏହି ଦ୍ୱିତୀୟ ସନ୍ଧ୍ୟା ମହୋତ୍ସବରେ ପରିଚାଳନା କମିଟି ସଭାପତି, ସମ୍ପାଦକ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ସାହିତ୍ୟ ସଂସ୍କୃତି ପ୍ରେମୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇ ଥିବାବେଳେ ବହୁ ଜନ ସମାବେଶ ହୋଇଥିଲା l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *