ଖୋର୍ଦ୍ଧା :- (ଶୁଭ ଖବର )ବେଗୁନିଆ ବ୍ଲକର ହଜ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ କମଳ ଫୁଲ ଫୁଟିଥିଲା। ପବିତ୍ର ଫୁଲକୁ ରଜ ସଂକ୍ରାନ୍ତିରେ ପ୍ରଥମ ଟି ନିଜ ଘରେ ଥିବା ନାରାୟଣଙ୍କୁ ଦ୍ୱିତୀୟ ଟି ପ୍ରଭୂ ଅଲାରନାଥଙ୍କ ପାଦ ପଦ୍ମରେ, ତ୍ରୁତୀୟଟି ପ୍ରଭୁ ସିରୁଳି ମହାବୀରଙ୍କ ହୃଦୟରେ ଓ ଚତୁର୍ଥଟି ପ୍ରଭୂ ଇନ୍ଦ୍ରେଶ୍ୱର ମହାଦେବଙ୍କ ମସ୍ତକରେ ପ୍ରଦାନ କରିଛନ୍ତି।
ଆଧ୍ୟାତ୍ମିକ ବିଶ୍ୱାସ ଅନୁଯାୟୀ ବ୍ରହ୍ମକମଳ ଫୁଲ ଫୁଟିଲେ ଖରାପ ଆତ୍ମାର ବିନାଶ ଘଟିବା ସହ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।
ବ୍ରହ୍ମକମଳ ଫୁଲ ହେଉଛି ଏକ ଅବିସ୍ମରଣୀୟ ପ୍ରଜାତିର ଫୁଲ। ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଜ୍ଞାନର ଦେବୀ ସରସ୍ବତୀ ବ୍ରହ୍ମକମଳ ଫୁଲରେ ବିରାଜମାନ କରନ୍ତି । ଧଳା ରଙ୍ଗର ଉକ୍ତ ଫୁଲ ବିରଳ ଓ ଦୁର୍ଲଭ । ଉକ୍ତ ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଆଶୀର୍ବାଦ ମିଳିଥାଏ। ବ୍ରହ୍ମକମଳ ହେଉଛି ଏକ ଦୁର୍ଲଭ ପୌରାଣିକ ଫୁଲ ଗଛ । ଉକ୍ତ ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିଥାଏ ।
ପୂର୍ଣ୍ଣ ପ୍ରସ୍ଫୁଟିତ ହେବାକୁ ଏହା ପ୍ରାୟ ଦୁଇ ଘଣ୍ଟା ଲାଗିଥାଏ। ଫୁଲର ବ୍ୟାସ ପାଖାପାଖି ୮ ଇଞ୍ଚ ହେବ । ରାତିସାରା ଏହାର ପାଖୁଡା ଖୋଲା ରହିଥାଏ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁଯାୟୀ ଏହାର ନାମକରଣ ହୋଇଛି। ବର୍ଷର ଏହି ସମୟରେ ବ୍ରହ୍ମକମଳ ଫୁଟିଥାଏ । ବ୍ରହ୍ମକମଳ ଫୁଲ ଅନେକ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now