ଜଟଣୀ :- ଜଟଣୀ ପୌର ପରିଷଦ ର ଗାନ୍ଧୀ ପାର୍କ ପରିସରରେ ଜନକଲ୍ୟାଣ ସେବା ଟ୍ରଷ୍ଟ ର ପଞ୍ଚଦଶ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନ ର ସଭାପତି ସାମ୍ବାଦିକ ନବୀନ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସଵ ରେ ଅତିଥି ଭାବେ ଜଟଣୀ ମାଟିର ସୁପୁତ୍ର ତଥା ନଗରପାଳ ଅନନ୍ତ ବେହେରା, ଯୁବ ସମାଜସେବୀ ସୁନିଲ ରାଉତରାୟ, ରମେଶ ଦାସ ଓ ଅନୁଷ୍ଠାନ ର ପରାମର୍ଶଦାତା ନରେନ୍ଦ୍ର ମୁଦୁଲି, ବାସୁଦେବ ବେହେରା, କ୍ଷେତ୍ରବାସୀ ସାହୁ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର ଲକ୍ଷ୍ୟ , ଜନକଲ୍ୟଣ କାର୍ଯ୍ୟକ୍ରମ ସମ୍ପର୍କ ରେ ମତପ୍ରକାଶ କରିଥିଲେ ।

ଜନକଲ୍ୟ।ଣ ସେବା ଟ୍ରଷ୍ଟ ର ଉପ ସଭାପତି ସନ୍ତୋଷୀ ଜାଲି ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା ପରିଚାଳନା କରିଥିଲେ । ସମ୍ପାଦକ ବେଣୁଧର ବରାଳ ଅନୁଷ୍ଠାନ ର ବାର୍ଷିକ ବିବରଣୀ ପଠନ ସହ ଆଗାମୀ ଲକ୍ଷ୍ୟ ବିଷୟ ବଖାଣି ଥିଲେ ।

ସଭାପତି ଶ୍ରୀ ମହାପାତ୍ର ସର୍ବଶ୍ରୀ ଜିତେନ୍ଦ୍ର ନାୟକ, ବୁଟୁ ପରମାଣିକ,ସନ୍ଧ୍ୟାରଣି ପରମାଣିକ, ବିଭୁପ୍ରସାଦ ମହାନ୍ତି,ସଞ୍ଜୟ ଜେନା, ସ୍ମୃତି ବାବୁ ଙ୍କ ଅକୁଣ୍ଠ ସହଯୋଗ ଯୋଗୁ ଆଜିର କାର୍ଯ୍ୟକ୍ରମ ସଫଳ ହେବା ସହ ଆଗାମୀ ଜାନୁଆରୀ ୨୬ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦୁଃଖୀ ରଙ୍କି ଙ୍କ ପାଇଁ ଏକ ବିରାଟ କମ୍ବଳ ବଣ୍ଟନ ଉତ୍ସଵ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ବହୁ ପ୍ରତିଭା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସର୍ବଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now