ମିଶନ ଶକ୍ତି କାଫେ ବନ୍ଦ : ପୂରଣ ହେଉନି ମହିଳା ସଶକ୍ତିକରଣ ନାରା 

ଖୋର୍ଦ୍ଧା,(୫/୧୨) :- ରାଜ୍ୟରେ ତତ୍କାଳୀନ ସରକାର ମହିଳା ମାନଙ୍କ ସଶକ୍ତି କରଣ ପାଇଁ  ମିଶନ ଶକ୍ତି ବିଭାଗ ପକ୍ଷରୁ  ମିଶନ ଶକ୍ତି କାଫେ ନିର୍ମାଣ କରାଯାଇ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆ ଯାଇଥିଲା । ଯାହାର ମୁଖ୍ୟ ଉଦେଶ୍ୟ ଥିଲା ମହିଳା ମାନେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ସହ ଆତ୍ମ ନିର୍ଭରଶୀଳ ହେବେ ।


କାଫେ ରେ  ଘରୋଇ ଜଳଖିଆ ଓ ଭୋଜନ ପ୍ରସ୍ତୁତ କରି ଜନ ସାଧାରଣଙ୍କୁ ଅଳ୍ପ ଖର୍ଚ୍ଚରେ ସୁସ୍ୱାଦୁ ବ୍ୟଞ୍ଜନ ଯୋଗାଇ ଦେବା ଏହାର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ସରକାର ଓଡ଼ିଶାର ବିଭିନ୍ନ ବ୍ଲକ୍, ହସ୍ପିଟାଲ ଓ ବିଭିନ୍ନ ଜାଗାରେ ଖୋଲି ଥିଲେ ମିଶନ ଶକ୍ତି  କାଫେ ଓ ସେଗୁଡ଼ିକର ପରିଚାଳନା ଦାୟିତ୍ଵ ମହିଳା ମାନଙ୍କୁ ଦିଆଯାଇ ଥିଲା ।ସେହିଭଳି ଭାବେ ବେଗୁନିଆ ବ୍ଲକ୍ ସାମନାରେ ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିଲା ମିଶନ ଶକ୍ତି କାଫେ ।

ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କର ଦାୟିତ୍ୱବୋଧ ଅଧିକ ସେମାନେ ଠିକ୍ ସମୟରେ କାଫେ ଖୋଲିବା ସହ ଠିକ୍ ସମୟରେ ବନ୍ଦ କରିବେ ଓ ଉତ୍ତମ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି ଭଲ ଘରୋଇ ବ୍ୟଞ୍ଜନ ପ୍ରସ୍ତୁତ କରିବେ ଯାହାକୁ ଖାଇଲେ ଟିକେ ଅସ୍ଵସ୍ଥି ମିଳିବ । ସେଠାରେ ଖାଇଲେ ଘର ର ଅନୁଭବ ମିଳିବ ଏହା ଥିଲା ଅସଲ ଉଦ୍ଦେଶ୍ୟ ।ଏହି ମିଶନ ଶକ୍ତି କାଫେ  ସରକାର ବଦକିବାର ଦେଢ଼ ବର୍ଷ ପରେ ଦୀର୍ଘ ଦିନ ହେବବବନ୍ଦ ହୋଇ ରହିଛି। ଯଦି ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ କାଫେ ଚଳାଇବା ପାଇଁ ଅସମର୍ଥ ହୁଅନ୍ତି ତେବେ ଅନ୍ୟ ମହିଳା ଗୋଷ୍ଠୀକୁ ଦାୟିତ୍ବ ଦେଇ ଏହାକୁ କାର୍ଯ୍ୟକ୍ଷମ କରିବା ପ୍ରଶାସନ ର ଦାୟିତ୍ଵ ବୋଲି ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି ।ତେବେ ଏହା ବନ୍ଦ ହେବାର କାରଣ କଣ ରହିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଥିବା ବେଳେ ସ୍ଥାନୀୟ ପ୍ରଶାସନ  ଏ କ୍ଷେତ୍ରରେ ଦୃଷ୍ଟି ଦେଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ ସଚେତନ ନାଗରିକ ମାନେ ଦାବୀ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *