ଛାତ୍ର ଛାତ୍ରୀ ମାନେ ଜୀବନରେ ଏକାଗ୍ରତା ରଖି ପଥ ବିଚ୍ୟୁତି ନହୋଇ ନିଜ ଲକ୍ଷ୍ୟ ହାସଲ କର

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଯୁବୋତ୍ସବ  ଅନୁଷ୍ଠିତ

ଖୋର୍ଦ୍ଧା,(ଶୁଭ ଖବର);-  ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ବି ଜେ ବି ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଓଡ଼ିଶା ସରକାର , କ୍ରୀଡ଼ା ଓ ଯୁବସେବା ବିଭାଗ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ, ବିକଶିତ ଭାରତ ଯୁବ ନେତୃତ୍ବସଂଳାପ-୨୦୨୬ ଓ ପ୍ରଗତିର ସାରଥୀ…ଆମ ଯୁବଶକ୍ତି ବାର୍ତ୍ତାକୁ ନେଇ ଏକ ଦିବସୀୟ  ଯୁବୋତ୍ସଭ  ମହାସମାରୋହରେ ପାଳିତ ହୋଇଯାଇଅଛି l



ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସଭାପତିତ୍ବରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ  ପ୍ରତାପ ଚନ୍ଦ୍ର ବେଉରା ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି କହିଲେ ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ଥିବା ଶକ୍ତିକୁ ଜାଗ୍ରତ କରି ନିଜ ମଧ୍ୟରେ ଥିବା ପ୍ରତିଭାକୁ ବିକାଶ କରି ନିଜ ପରିବାର, ସମାଜ, ପଢୁଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ରର ନାମ ଟେକ ରଖିବାକୁ ଆହ୍ଵାନ ଦେଇଥିଲେ l ଓଡ଼ିଶା ମାଟି ବୀରତ୍ବର ଗାଥା ବହନ କରେ l ଦୟା ନଦୀ ର ପାର୍ଶ୍ୱରେ କଳିଙ୍ଗ ଯୁଦ୍ଧ ଇତିହାସ ଠାରୁ ଜାମ୍ବବାନ ଏବଂ ହନୁମାନ ଶକ୍ତିର ଉତ୍ସ ଉଦାହରଣ ଦେଇ ଜୀବନରେ ଏକାଗ୍ରତା ରଖି ପଥ ବିଚ୍ୟୁତି ନହୋଇ ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ l ସ୍ଵତନ୍ତ୍ର ଅତିଥି ଭାବେ ଅର୍ଜୁନ ପୁରସ୍କାର ବିଜେତା ଓ ଆନ୍ତର୍ଜାତୀୟ କ୍ରୀଡାବିତ୍ ଭାରୋତ୍ତଳନକାରୀ କେ ରବି କୁମାର, ଆନ୍ତର୍ଜାତୀୟ କ୍ରୀଡାବିତ୍ ହରିହର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, ରଷ୍ମିବାଳା ପରିଡ଼ା, ବିଜୟ କୁମାର ବେହେରା ଯୋଗଦେଇ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଏକାଗ୍ରତା ଜାଗ୍ରତ କରି ନିଜର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ l



ଯୁବ ଉତ୍ସଵ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ନିଜର ଅଭିଭାଷଣରେ କହିଲେ ଯେ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କ ନାମ ପିତାମାତା ମାନେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଓ ପରିବାରର ନାମ ଟେକ ରଖିବାକୁ ଦେଇଥାନ୍ତି l ଛାତ୍ର ଛାତ୍ରୀ ମାନେ ନିଜ ପିତା ମାତା ଙ୍କ ସ୍ବପ୍ନ ସାକାର କରିବା ଓ ନିଜ ମଧ୍ୟରେ ଥିବା ପ୍ରଚଣ୍ଡ ଧି ଶକ୍ତିର ବିକାଶ କରାଇ ରାଷ୍ଟ୍ର ଓ ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବିଶ୍ୱ ଦରବାରରେ ପରିଚିତ କରାଇ ନିଜକୁ ସର୍ବଶ୍ରେଷ୍ଠ ସ୍ଥାନରେ ଅବସ୍ଥାପିତ କରିବାକୁ ଆହ୍ଵାନ ଦେଇଥିଲେ l



ସେହିପରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦେବ ଯୋଗ ସାଧନ, ଶରୀର ଗଠନ, ଚରିତ୍ର ନିର୍ମାଣ, ଆତ୍ମା ଓ ପରମାତ୍ମା ଐଶ୍ୱରୀୟ ଶକ୍ତି ଜାଗରଣ, ପ୍ରକୃତିକୁ ସୁରକ୍ଷା ଦେବା, ଚେତନା ଶକ୍ତିକୁ ଉର୍ଦ୍ଧକୁ ନେବା, ପ୍ରକୃତି ସମ୍ବଳ କୁ ସୁବିନିଯୋଗ କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ପ୍ରକ୍ରିୟାରେ ଅଂଶୀଦାର ହୋଇ ନିଜକୁ ଏକ ଅଦ୍ୱିତୀୟ ମାନବ ଗଠନ କରି ବିଶ୍ଵ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ଆହ୍ଵାନ ଦେଇଥିଲେ l ସ୍ଵତନ୍ତ୍ର ଅତିଥି ଭାବେ ଆନ୍ତର୍ଜାତୀୟ ଯୋଗ ଗୁରୁ ଓ ଗ୍ରିନିଜ୍ ବୁକ୍ ନାମଧାରୀ ଚନ୍ଦ୍ରକାନ୍ତ ବାରିକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯୋଗର ଆବଶ୍ୟକ ତା ଉପରେ ବକ୍ତବ୍ୟ ରଖି ଥିଲେ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି  ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଯୁବଶକ୍ତି ସମାଜର ମେରୁଦଣ୍ଡ l ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନି ଏହାର ପରିସ୍ପୂଟନ କରିପାରିଲେ ନିଜ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା କ୍ରୀଡ଼ା ଓ ଯୁବ ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ସଭାପତି ଭାଷଣରେ ଜିଲ୍ଲା ଶିକ୍ଷା ଅଧିକାରୀ  ସୋନାମିକା ରାୟ ଚଳିତ ବର୍ଷ ଯୁବୋତ୍ସବ ବିଷୟ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ -୨୦୨୬ ଓ ପ୍ରଗତିର ସାରଥୀ..ଆମ ଯୁବ ଶକ୍ତି ଉପରେ ବିସ୍ତୃତ ଅଭିଭାଷଣ ରଖିଥିଲେ l ଶେଷରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ  ପ୍ରଶାନ୍ତ କୁମାର ଜଗଦେବ ଅନୁଷ୍ଠିତ ପାରମ୍ପାରିକ ସଙ୍ଗୀତ, ନୃତ୍ୟ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ବକ୍ତୃତା, ଗଳ୍ପ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅର୍ଥ ରାଶି, ଟ୍ରଫି, ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ l



ଉଭୟ ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସଭାପତିତ୍ବ କରିଥିଲାବେଳେ ସମସ୍ତ କାର୍ଯ୍ୟକ୍ରମ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ଉଭୟ ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ସି ଆର ସି ସି, ଗୀତାଞ୍ଜଳି ସାହୁ ଓ ରେବତୀ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ l ଉତ୍ସବରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ସମସ୍ତ ପ୍ରକାର ସହଯୋଗ କରିଥିଲେ l ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଚାରାକୁଣ୍ଡ ଓ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଦିବସରେ ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ସହରର ବୁଦ୍ଧିଜିବୀ, ଶିକ୍ଷାବିତ୍, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବି ଇ ଓ ତଥା ସମସ୍ତ ଶିକ୍ଷା ପ୍ରଶାସନ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *