କୁମାରବସ୍ତ ଲୋକନାଥଦେବ କ୍ରିକେଟ : ଟୁର୍ଣ୍ଣାମେଣ୍ଟ ମୁକୁନ୍ଦପ୍ରସାଦ ଓ ମଞ୍ଚେଶ୍ୱର୍ ବିଜୟୀ

ଖୋର୍ଦ୍ଧା :(୨୬/୧୧):-ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ  ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ମୁକୁନ୍ଦପ୍ରସାଦ ଦଳ ସୁଆଙ୍ଗ ଦଳ କୁ ୩ ୱିକେଟରେ ପରାସ୍ତ କରିଛି ‌। ସୁଆଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୨୩ ରନ୍ ସଂଗ୍ରହ କରି ଅଲ ଆଉଟ୍ ହେଇ ଯାଇଥିଲା। ମୁକୁନ୍ଦପ୍ରସାଦ ର ଅସଲମ୍ ଖାନ ୫ ଟି ୱିକେଟ ଦଖଲ କରିଥିଲେ।ଜବାବ ରେ ମୁକୁନ୍ଦପ୍ରସାଦ ଦଳ ୧୫ ଓଭର ରେ ଆବଶ୍ୟକ ୧୨୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଶ୍ରେଷ୍ଠ ଖେଳାଳି ଅସଲମ୍ ଖାନ ଙ୍କୁ ସମାଜସେବୀ ରବୀନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ। 




ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି ମଞ୍ଚେଶ୍ଵର ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ମଞ୍ଚେଶ୍ଵର୍ ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ୭ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଅରବିନ୍ଦ ସିଂହ ୪୬ ରନ୍ ସଂଗ୍ରହ କରିଥିଲେ। ଜବାବରେ ଅଟ୍ରି ଦଳ ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୨୭ ରନ୍ ରେ ସିମିତ ରହିଥିଲା।ମଞ୍ଚେଶ୍ୱର୍ ଦଳ ମ୍ୟାଚ୍ କୁ ୭୨ ରନ୍ ରେ ଜିତିନେଇଥିଲା।ଦଳ ପକ୍ଷରୁ ବିବେକ ସାହୁ ୩ ଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ପ୍ରିତିରଞ୍ଜନ ବିଜୟସିଂ ଙ୍କ ଠୁ ପୁରସ୍କାର ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ତୁଷାର କାନ୍ତ ସୁନ୍ଦରାୟ ଓ ରୀୟାଜତ ଅଲି। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଅଭିଜିତ ସାମନ୍ତରାୟ,ସୂର୍ୟ ପ୍ରତାପ ଗଜେନ୍ଦ୍ର ଓ ତାରାପ୍ରସାଦ ରାଉତରାୟ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ  ତୁଲାଇଥିଲେ ।

ଆସନ୍ତାକାଲି ଗୁରୁବାର  ପ୍ରଥମ ମ୍ୟାଚ୍ ଯାଆଁଳା ବନାମ ଯଦୁପୁର ଏବଂ ଦ୍ଵିତୀୟ ମ୍ୟାଚ ମେଣ୍ଢାଶାଳ ବନାମ କୁମାରବସ୍ତ  ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ସୂଚନା ଦେଇଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *