ଖୋର୍ଦ୍ଧା,(୨୫ା୧୧): – ୧୬ନଂ ଜାତୀୟ ରାଜପଥର ସଦର ଥାନା ଅଂଚଳରୁ ପୁଲିସ ମଇଁଷି ବୋଝେଇ ଏକ ଆଇଚର ଗାଡି ଓ ଏକ ବୋଲେରୋ ପିକଅପ୍ ଭ୍ୟାନ୍ କୁ ଜବତ କରିଛି । ଏହି ଘଟଣାରେ ଦୁଇଟି ଗାଡି ର ଚାଳକ ଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ହେଲେ ଆଇଚର ଚାଳକ କର୍ଣ୍ଣାଟକ ର କୋଲାର ଜିଲ୍ଲା ସୁନ୍ଦରପଲାୟାର ର ଭି. କୁମାର (୬୫) ଓ ବୋଲେରୋ ଚାଳକ ଜଗତସିଂହପୁର କାଟସିଂହପୁର ର ସୁରେଶ ଦାସ (୪୫) । ଗାଡି ଦୁଇଟି ରୁ ପୁଲିସ ୨୨ମଇଁଷି ଙ୍କୁ ଉଦ୍ଧାର କରି କଳାପଥରସ୍ଥିତ ମା’ବରଡାପଲ୍ଲୀ ଗୋସାଲାରେ ଛାଡିଛି । ଗୋରୁ ବୋଝେଇ ଆଇଚର ଓ ପିକଅପ ଭ୍ୟାନ୍ କୁ ଜବତ କରି ତଦନ୍ତ ଜାରୀ ରଖିଛି ।

ପୁଲିସ ସୂଚନା ଅନୁସାରେ, ଏକ ମଇଁଷି ବୋଝେଇ ଆଇଚରର ଯାଉଥିବା ଖବର ପାଇ ପୁଲିସ ଜାତୀୟ ରାଜପଥ ର ଦଧିମାଛଗାଡିଆ ଛକ ନିକଟ ରେ ଭୋର ପ୍ରାୟ ୪ଟା ସମୟରେ ଗାଡି ଗୁଡିକ ଯାଂଚ କରିଥିଲା । ଏହି ସମୟରେ କେଏ-୦୭ବି-୭୪୫୩ ନଂ ବିଶିଷ୍ଠ ଆଇଚର ଓ ପଛରେ ଆସୁଥିବା ଓଡି-୦୫ୱାଇ-୬୮୦୮ ପିକଅପ ଭ୍ୟାନ୍ କୁ ଅଟକାଇ ଯାଂଚବେଳେ ଚାଳକ ମଇଁଷି ପରିବହନ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।

ବେଆଇନ ମଇଁଷି ଚାଲାଣ ଅଭିଯୋଗରେ ପୁଲିସ ଅଟକ ରଖିଥିବାବେଳେ ଗୋପ୍ରେମୀ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ୩୫୬/୨୫ରେ ଏକ ମାମଲା ରୁଜୁ କରି ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗାଡି ଦୁଇଟି ଭିତରୁ ପୁଲିସ ୨୨ ଟି ମଇଁଷି ଉଦ୍ଧାର କରିଛି । ତନ୍ମଧ୍ୟରେ ୧୭ଟି ପଣ୍ଡା, ୫ଟି ମଇଁଷି ରହିଥିଲେ ।

ଗାଡି ଦୁଇଟି ଜଗତସିଂହପୁର ରୁ ବାହାରି ଆନ୍ଧ୍ର ଅଭିମୁଖେ କାଟିବା ଉଦେ୍ଦଶ୍ୟରେ ଯାଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଛି । ଉଦ୍ଧାର ସମସ୍ତ ପଣ୍ଡା ଓ ମଇଁଷିଙ୍କୁ ପ୍ରାଥମିକ ଚିକିସôା ପରେ ଗୋଶାଳାରେ ଛଡାଯାଇଥିବା ପୁଲିସ ସୂଚନା ଦେଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now