ଖୋର୍ଦ୍ଧା,(୨୩/୧୧):- ଖୋର୍ଦ୍ଧା ଉପକଣ୍ଠ ଷଷ୍ଠ ବାଟାଲିୟନ ରିଜର୍ଭ ପଡିଆ ରେ ୪ ଦିନ ଧରି ଆୟୋଜିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ଫାଇନାଲ ମ୍ୟାଚ ରେ ଗୁରୁଜଙ୍ଗ କୁ ପରାସ୍ତ କରି ଭାଲିଆବାଡି ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଭାଲିଆବଡି ଦଳ ପ୍ରଥମେ ଟସ୍ ରେ ବିଜୟଲାଭ କରି ବୋଲିଂ କରିବାର ନିଷ୍ପତି ନେଇଥିଲା। ଗୁରୁଜଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୦୧ ରନ୍ ସଂଗ୍ରହ କରିଥିଲା।ଜବାବ ରେ ଭାଲିଆବାଡି ଦଳ ୫ ୱିକେଟ ହରାଇ ୧୦୩ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା।ଏହି ମ୍ୟାଚ୍ କୁ ପାର୍ଥ ସାରଥୀ ରାଉତରାୟ ଓ ପ୍ରଦୀପ ମହାନ୍ତି ପରିଚାଳନା କରିଥିଲେ।
ଶେଷରେ ପୁରସ୍କାର ବିତରଣି ଉତ୍ସବ ରେ ବାଟାଲିୟନ ର ଦୂର୍ଗପତି ଶ୍ରୀ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚମ୍ପିୟାନ ଓ ରନରସଅପ୍ ଦଳ କୁ ଟ୍ରଫି ଓ ବିଜୟୀ ରାଶି ପ୍ରଦାନ କରିଥିଲେ।ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେସୁଜିତ ପରିଡା, ଆଶୁତୋଷ ସାମନ୍ତରାୟ,ଶ୍ରେଷ୍ଠ ବୋଲର ଭାବରେ ସିଦ୍ଧାର୍ଥ ଜେନା ଓ ଶ୍ରେଷ୍ଠ ଫିଲ୍ଟର ଭାବରେ ଓମ୍ ଅର୍ପିତ ମହାପାତ୍ର ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଟାଲିୟନ ର ଉପ ଦୁର୍ଗପତି ମନୋଜ କୁମାର ନାୟକ, ମନୋବୋଧ ପାଢ଼ୀ, ରବୀନ୍ଦ୍ର କୁମାର ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।ଶେଷରେ ବାଟାଲିୟନ ର ସହକାରୀ ଦୂର୍ଗପତୀ ପ୍ରଦ୍ୟୁମ୍ନ କୁମାର ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now