ପ୍ରଗତି ଟ୍ରଷ୍ଟ , ଓ ୟୁ ଡବ୍ଲୁ ଜେ ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦେବ ଦୀପାବଳୀ ପାଳନ

ପୁରୀ,(୨୦/୧୧) : – ପୁରୀ ସିଂହଦ୍ଵାର ସମ୍ମୁଖରେ ପ୍ରଗତି ଟ୍ରଷ୍ଟ ରସୁଲଗଡ଼ ଭୁବନେଶ୍ୱର ପକ୍ଷରୁ  ଚଳିତ ମାର୍ଗଶୀର ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ଅମାବାସ୍ୟା ତିଥିରେ  ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାର ଦେବ ଦୀପାବଳୀ ଉତ୍ସବ ପୁରୀ, ଶ୍ରୀମନ୍ଦିର  ସିଂହ ଦ୍ବାର  ସମୂଖରେ ଦେବତା ମାନଙ୍କ ପିତୃ ପୁରୁଷ ଉଦେଶ୍ୟରେ ଘରେ ଘରେ ଦୀପଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ପବିତ୍ର ମହୋତ୍ସବରେ ପ୍ରଭୁକୃପା ଲାଭ କରିବା ସହିତ ବିଶ୍ବର ମଙ୍ଗଳ କାମନା କରିଛନ୍ତି ।ଏହି କାର୍ଯ୍ୟକ୍ରମକୁ ପ୍ରଗତି ଟ୍ରଷ୍ଟ ମୁଖ୍ୟ ଗଦାଧର ବାରାଡ ଆବାହକତ୍ୱରେ  ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ , ଜଗନ୍ନାଥଙ୍କ ବାଡଗ୍ରାହୀ ଦଇତାପତି ଭବାନୀ ପ୍ରସାଦ ଦାସ ମହାପାତ୍ର ଯୋଗଦେଇ ଦେବ ଦୀପାବଳୀ ଉତ୍ସବରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ଏଥିରେ ସାମ୍ବାଦିକ ଜୟକୃଷ୍ଣ ଦାସ , କଳିଙ୍ଗ ସମାଜ ମୁଖ୍ୟ ଉମାକାନ୍ତ ମହାନ୍ତି ,ପ୍ରସନ୍ନ ସ୍ବାଇଁ , ସୁନୀତା ପଣ୍ଡା, ସ୍ମିତା ରାଣୀ ମହାନ୍ତି ,ବିଜ୍ଞା ଦାସ , ସମାଜ ସେବୀ ମଧୁମିତା ଦାଶ, ଜୟନ୍ତୀ ସାହୁ ,ମମତା ମିଶ୍ର ,ଜୟଶ୍ରୀ ସାମଲ ,ସୁମିତ୍ରା ପଣ୍ଡା , ରାକେଶ ପ୍ରଧାନ , ପ୍ରଶାନ୍ତ ବିଦ୍ୟାଧର ପ୍ରମୁଖ ଯୋଗଦେଇ ୧୦ହଜାର ଦୀପ ପ୍ରଜ୍ବଳନ କରିଥିଲେ ।

ଏହି ଦେବ ଦୀପାବଳୀ ପର୍ବ ପାଳନ ସମୟରେ  ସିଂହ ଦ୍ଵାର ସମ୍ମୁଖରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *