ଖୋର୍ଦ୍ଧା :(୨୦/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ କୁମାରବସ୍ତ କୁ ୧୭ ରନ୍ ରେ ପରାସ୍ତ କରିଛି । ଆଇ ଆର ବି ଦଳ ପ୍ରଥମେ ବ୍ୟାଟିଂ କରି ସୁଶିଲ ପ୍ରଧାନ ଙ୍କ ୮୬ରନ ସହାୟତାରେ ୧୫ ଓଭର ରେ ୧୭୨ ରନ ସଂଗ୍ରହ କରିଥିଲେ। ଜବାବରେ କୁମାରବସ୍ତ ଦଳ ଦେବାଶିଷ ବଳିଆରସିଂହ ଙ୍କ ୬୪ ରନ ସହାୟତା ରେ ୧୫ ଓଭର ରେ ୧୫୫ ରନ୍ କରି ପରାଜିତ ହୋଇଥିଲା।
ଶ୍ରେଷ୍ଠ ଖେଳାଳି ଭାବେ ସୁଶିଲ ପ୍ରଧାନ ଙ୍କୁ ୱାଣ୍ଡେରର ଲା ଡେପୁଟି ମ୍ୟାନେଜର ରାକେଶ ରାୟ ଓ ଗେଷ୍ଟ ରେଲେସନ ମ୍ୟାନେଜର ୱାନଡ୍ରେଲା ସ୍ମୃତି ରଞ୍ଜନ ମହାପାତ୍ର ପୁରସ୍କୃତ କରିଥିଲେ। ଦ୍ଵିତୀୟ ମ୍ୟାଚ ରେ କୁମାରବସ୍ତ ଦଳ କଳାପଥର ଦଳ କୁ ୩୦ ରନ ରେ ପରାଜିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି କୁମାରବସ୍ତ ଦଳ ନିର୍ଦ୍ଧାରିତ ୧୫ ଓଭର ରୁ ୭ ୱିକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବି ବି ରାଉତରାୟ ୨୮ରନ କରିଥିଲେ। ଜବାବରେ କଲାପଥର ଦଳ ନିର୍ଦ୍ଧାରିତ ଓଭର ରେ ୯ ୱିକେଟ ହରାଇ ୧୧୮ ରନ ରେ ସୀମିତ ରହିଥିଲେ।

ଶ୍ରେଷ୍ଠ ଖେଳାଳି ଭାବେ କୁମାରବସ୍ତ ଦଳର ବି ବି ରାଉତରାୟ ଙ୍କୁ ସଞ୍ଜୟ ପାଇକରାୟ,ନରେଶ ସାହୁ, ଦୁର୍ଯ୍ୟଧନ ବରାଳ,କେଶବ ଗଜେନ୍ଦ୍ର ପୁରସ୍କୃତ କରିଥିଲ। ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ,ତୁଷାରକାନ୍ତ ସୁନ୍ଦରାୟ,ଶ୍ରଦ୍ଧାକର ପାତ୍ର ଓ ସୁବ୍ରତ ରାଉତରାୟ। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ସୂର୍ଯ୍ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ ।
ଆସନ୍ତାକାଲି ଶୁକ୍ରବାର ପ୍ରଥମ ମ୍ୟାଚ୍ ପଳାଶପୁର ବନାମ ଅରିଶଲ୍ଏବଂ ଦ୍ଵିତୀୟ ମ୍ୟାଚ ଗଙ୍ଗପଡ଼ା ବନାମ ବାଙ୍କୀ ଆଥଲେଟିକ ଆସୋସିସନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now