ଆସନ୍ତା ନଭେମ୍ବର୨୨ ଓ ୨୩ ରେ ହେବ “୯ମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ”
ଖୋର୍ଦ୍ଧା :(୧୯/୧୧):ଖୋର୍ଦ୍ଧା ଜିଲ୍ଲା ଯୁବ ବ୍ୟାଡମିଣ୍ଟନ ଅସୋସିଏସନ୍ର ସକ୍ରିୟ ଉଦ୍ୟମରେ ଆସନ୍ତା ୨୨ ଓ ୨୩ ନଭେମ୍ବର ୨୦୨୫ ରେ ଗରିମାମୟ ୯ମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ” ଖୋର୍ଦ୍ଧା କପ ” ଖୋର୍ଦ୍ଧା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଯାଉଅଛି।
ଏହି ବର୍ଷର କ୍ରୀଡା ମହୋତ୍ସବରେ ମୋଟ ପୁରସ୍କାର ରାଶି ୬୦,୦୦୦ ଟଙ୍କା ଘୋଷଣା କରାଯାଇଅଛି, ଯାହା ରାଜ୍ୟର ଯୁବ କ୍ରୀଡାପ୍ରତିଭାଙ୍କୁ ଉତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଭାଶାଳୀ ବ୍ୟାଡମିଣ୍ଟନ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ଯାଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଯୁବକ ମାନଙ୍କୁ ସୁସଂଗଠିତ କ୍ରିଡ଼ା ମଞ୍ଚ ମାଧ୍ୟମରେ ଦେଶର ନୂତନ ପ୍ରତିଭା ଭାବରେ ଉଦୀୟମାନ ହେବାରେ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର କ୍ରୀଡା ପରିବେଶକୁ ଉତ୍ସାହିତ କରିବ। ସଂଘର ସମ୍ପାଦକ ଶ୍ରୀ ରାଜେଶ ଦାସଙ୍କ ସହିତ ଉପ ସଭାପତି, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ପଦାଧିକାରୀମାନେ ପ୍ରେସ ବିବୃତି ରେ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now