ଖୋର୍ଦ୍ଧା,(୧୪/୧୧):- ଟି ଏଲ୍ ସି ରୋଡ ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ, ଖୋରଧା ପରିସରରେ ନଭେମ୍ବର ୧୬ ରବିବାର ଦିନ ଜାତୀୟ ପ୍ରେସ ଦିବସ ପାଳନ କରାଯିବା ସହ ରକ୍ତାଭାବ କୁ ଆଖି ଆଗରେ ରଖି ସେହିଦିନ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ଆଗରୁ ମଧ୍ୟ ମଇ ୮ ବିଶ୍ଵ ରେଡକ୍ରସ ଦିବସ ଓ ଥାଲାସେମିଆ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ।

ଏହିଦିନ ଜାତୀୟ ପ୍ରେସ ଦିବସ ପାଳନ କରିବା ସହ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଜାତୀୟ ପ୍ରେସ ଦିବସ ପାଳିତ ହେବ ।ତେଣୁ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଅନୁରୋଧ ରବିବାର ସକାଳ ୧୦ ଘଟିକା ସମୟରେ ଉପସ୍ଥିତ ଏହି ଭବ୍ୟ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରେସ କ୍ଲବ ପରିବାର ବର୍ଗ ଆହ୍ବାନ ଦେଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now