ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବ ବୋଇତ ବନ୍ଦାଣ ଉତ୍ସବ

ନୟାଗଡ଼ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ  ବୋଇତ ବନ୍ଦାଣ ଉତ୍ସବ ସହିତ ନୌକା ବିହାରର ଉଦଘାଟନ ପର୍ବ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୋଟଗଡ ଅନନ୍ତ ଗୁମ୍ଫାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବୋଇତ ବନ୍ଦାଣ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଇଛି ।

ଏଥିରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେବା ସହିତ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁସା ରାଜଶ୍ରୀ ସିଂ ଓ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦେଇଥିଲେ। ଏହି ଅଞ୍ଚଳର ସ୍ଥାନୀୟ ଯୁବ ସରପଞ୍ଚ ଶ୍ରୀ ପ୍ରଧାନ ରାଜସୁନାଖଳା ପଞ୍ଚାୟତର ବିକାଶ ଓ ଅଗ୍ରଗତି ଉପରେ ଧ୍ୟାନ ଦେଇ ଏହି ପଞ୍ଚାୟତର ବିକାଶ ନିମନ୍ତେ ସର୍ବଦା ଚେଷ୍ଟା ଜାରିରଖିଛନ୍ତି । ଏହି ଗ୍ରାମ ପଞ୍ଚାୟତକୁ ନୟାଗଡ଼ ଜିଲ୍ଲାରେ ଏକ ନମ୍ବର କରିବା ପାଇଁ ସତଃ ପ୍ରୟାସ ଜାରିରଖିଛନ୍ତି । ପାହାଡ଼ ପର୍ବତ ନଦୀ ଝରଣା ସହ ପ୍ରାକୃତିକ ସୋନ୍ଦର୍ଯ୍ୟ ଭରା ଅନନ୍ତ ଗୁମ୍ଫା ଓ ପାଦଦେଶରେ ଥିବା ଡ୍ୟାମର ସୌନ୍ଦର୍ଯ୍ୟ କରଣ କରିବା ସହିତ କଟେଜ ନିର୍ମାଣ କରାଯାଇଛି। ଏହାକୁ ଦେଖିବା ପାଇଁ ବହୁ ଦୂର ଦୁର।ନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସେହିପରି ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ନେଇ ଏହାକୁ ଉନ୍ନତ ଧରଣର କରିବା ପାଇଁ ସାଧାରଣରେ ଦାବି ହାସଲ ଉଦ୍ଦେଶ୍ୟରେ ସରପଞ୍ଚଙ୍କ ପ୍ରଚେଷ୍ଟା ଜରିରହିଛି । ଏଥିସହ କୋଟାଗଡ ଅନନ୍ତ ଗୁମ୍ଫା ପର୍ଯ୍ୟଟନ ସ୍ଥଳିମାନ୍ୟତା ପାଇବାସହ ସଂଲଗ୍ନ ହେଉଥିବା ରାସ୍ତା ଓ ଆଲୋକି କରଣ ପାଇଁ  ବାଚସ୍ପତିଙ୍କ ନିକଟରେ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭା ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୁମ୍ଫାର ପରିଦର୍ଶନ କରିବା ସହ ଏହି ଗୁମ୍ଫାର ବିକାଶ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।  ପରେ ରାଜସୁନାଖଳା ଗ୍ରାମପଞ୍ଚାୟତ ପକ୍ଷରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନୌକା ବିହାର ଉଦଘାଟନ କରଯାଇଥିଲା । ସୋଲରେ ନିର୍ମିତ ଏକ ବୋଇତକୁ ବନ୍ଦାପନା କରି ପାଣିରେ ଭାସାଇଥିଲେ ଯୋଗଦେଇଥିବା ଅତିଥି। ଏପରିକି ନୂତନ ବୋଟରେ ବସି ନୌକା ବିହାରର ଉପଭୋଗ କରୁଥିଲେ ବାଚସ୍ପତି ଶ୍ରୀମତୀ ପାଢୀ। ଏହି ଵୋଇତ ବନ୍ଦାଣ ଉତ୍ସବକୁ ଦେଖିବା ସହ ପର୍ଯ୍ୟଟନ ସ୍ଥଳି ବୁଲିବା ପାଇଁ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକଙ୍କର ଭିଡ଼ ଲାଗିଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ କୁମାର ସାହୁ , ଜଗନ କୁମାର ନାୟକ , ସୁକାନ୍ତ ସାହୁ , ସର୍ବେଶ୍ଵର ବେହେରା ,ଲିଙ୍ଗରାଜ ପ୍ରଧାନ  ପ୍ରମୁଖ ସହଯୋଗ କରିବା ସହିତ ଶ୍ରଦ୍ଧାଳୁ ମାନଙ୍କପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ ।


ପ୍ରସନ୍ନ କୁମାର ସ୍ବାଇଁ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *