ଖରିଆର ରୋଡ୍ ଏନଏସିର ୧୯ଟି ୱାର୍ଡରେ ସ୍ନେହାଙ୍ଗିନୀ ଛୁରିଆଙ୍କ  ପ୍ରଚାର ଜୋରଦାର

ନୂଆପଡ଼ା, (୦୫/୧୧): -ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ବିଧାନସଭ  ଅଧୀନ ଖରିଆର ରୋଡ୍ ଏନଏସିର ସମସ୍ତ ୧୯ଟି ୱାର୍ଡରେ ଆଜି ଗ୍ରାମସ୍ତରୀୟ ଅଭିଯାନକୁ ଜୋରଦାର କରିଛନ୍ତି।

ପ୍ରଚାର ଅଭିଯାନ ରେ ସେ ବିଭିନ୍ନ ୱାର୍ଡ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ପରିମଳ, ଜୀବିକା ନିକା ସୁଯୋଗ, ମୌଳିକ ସୁବିଧା ସମ୍ବନ୍ଧିତ ବିଭିନ୍ନ ଉନ୍ନୟନମୂଳକ ବିଷୟ ଉପରେ ଚର୍ଚ୍ଚା କରିଥିଲେ। ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ନିଜ ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ।

ସେ ବିଜୁ ଜନତା ଦଳ ସରକ ରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ ଓ କଲ୍ଯାଣମୂଳ ମୂଳକ ପଦକ୍ଷେପ କିପରି ଆଗକୁ ଆହୁରି ତ୍ୱରାନ୍ବିତ ହେବ ତାହା ଉଲ୍ଲେଖ କରିଥିଲେ। ଏହି ଅଭିଯାନ ସମ ସମୟରେ ବିଭିନ୍ନ ୱାର୍ଡ ସ୍ଥାନୀୟ ନେତା ଓ ପ୍ରତିନିଧୂମାନେ ଶ୍ରୀମତୀ ଛୁରିଆଙ୍କ ସହ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ।



ଆଜି ବିଜେଡି ପକ୍ଷରୁ ଚନ୍ଦ୍ରକାର କଲୋନି, ବାଙ୍କା ଛକ, ସନ୍ତୋଷୀ ମନ୍ଦିର ଓ ତଳାବପଦା ଦୁର୍ଗା ମଣ୍ଡପ, ଆଇଟିଆଇ ମଙ୍ଗଳା ମନ୍ଦିର, ଆଦିବାସୀ ପଡା, ହାଇସ୍କୁଲ ପଡା, ରିତା କାସ୍ୟପ ଘର, ଏନଏସି ଭବନ, ଦୁର୍ଗା ମଣ୍ଡପ, ରାଜୁ ମହାରାଜ ଘର, ଅନିଲ ତିଓ୍ବାରୀ ଘର, ସାଇ ମନ୍ଦିର, କବରସ୍ତାନ ଓ ପୋଖରୀ ଠାରେ ପ୍ରଚାର କରିଥିଲେ। ରୋଡ୍ ଶୋ’ ଚତନପଡା, ଶଙ୍କର ମନ୍ଦିର ପଡା, କ୍ରିଷ୍ଟାନ ପଡା, ଗୁରୁ ନାନକ ପବ୍ଲିକ ସ୍କୁଲ, କର୍ମା ଛକ, ଘାସୁ ଘର ଓ ବିଶ୍ଵକର୍ମା ଛକ, ଖୁଟା ଦେବତା, ଆଦମବାଡ଼ା, ଚର୍ଚ୍ଚ, ଅଘୁଲ ହାମିଦ ସ୍କୁଲ ଓ ମସ୍କିଦ, ଧୋବିପଡା ସ୍କୁଲ ଓ ଶେଷରେ ପିଏଚ୍‌ଡି ପଡା, ଆଙ୍ଗନବାଡ଼ି ଓ ଚାଲମୁଣ୍ଡା ବସ୍ତିରେ ଅଭିଯାନ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *