ପରମାନନ୍ଦ ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ସମାରୋହ ଅନୁଷ୍ଠିତ।

ବୋଲଗଡ :- ପରମାନନ୍ଦ ମହାବିଦ୍ୟାଳୟରେ ଯୁକ୍ତ ୩ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ସମାରୋହ ମହାବିଦ୍ୟାଳୟର  ସଭଗୃହରେ ଶୁକ୍ରବାର ଦିନ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ରଙ୍କନାଥ ମହାରଣା ଯୁକ୍ତ୩ ରସାୟନ ବିଜ୍ଞାନଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଜ୍ଞାନକୌଶଳ ଏବଂ ଆଧୁନିକ ଯୁଗରେ ରସାୟନ ବିଜ୍ଞାନ ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ ।

ସେହିପରି ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ପରେଶ୍ କୁମାର ମହାନ୍ତି , ଅଧ୍ୟାପକ ଦୋଳଗୋବିନ୍ଦ ପ୍ରମୁଖ ଅଧ୍ୟାପକ ପ୍ରାଧ୍ୟାପକ ମାନେ ଉପସ୍ଥିତ ଥିଲେ । ଏଥିରେ ୩ଗୋଟି ଗ୍ରୁପର ଛାତ୍ର ଛାତ୍ରୀମାନେ ରସାୟନ ବିଜ୍ଞାନ ସମ୍ପର୍କରେ ବିଶେଷ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ବର୍ଷର ଯୁକ୍ତ୩ ରସାୟନ ବିଜ୍ଞାନ ଛାତ୍ର ଛାତ୍ରୀମାନଙ୍କୁ ସ୍ବାଗତ ସହିତ ଭବ୍ୟସମ୍ବର୍ଦ୍ଧନା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁକ୍ତ୩ ରସାୟନ ବିଜ୍ଞାନ ଛାତ୍ର ପ୍ରିତମ ରଞ୍ଜନ ସ୍ବାଇଁ ,ଓମ୍ ପ୍ରିୟଦର୍ଶନ ସିଂହ , ଶୁଭେନ୍ଦ୍ର କୁମାର ନାୟକ , ଆଶିଷ କୁମାର ଦଳବେହେରା , ବିକାଶ କୁମାର ବେହେରା , ପିନାଲି ପ୍ରିୟଦର୍ଶିନୀ , ଗାୟତ୍ରୀ ରାଉତ ପ୍ରମୁଖ ଆୟୋଜନ କରିଥିଲେ । ଏହି ଅବସରରେ ପରମାନନ୍ଦ ମହାବିଦ୍ୟାଳୟର ୩୨ ଜଣ ଯୁକ୍ତ୩ ରସାୟନ ବିଜ୍ଞାନ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ:- ପ୍ରସନ୍ନ କୁମାର ସ୍ୱାଇଁ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *