ଖୋର୍ଦ୍ଧା  ର ପ୍ରଦୀପ, ରାଜେନ୍ଦ୍ର ଓ ମନ୍ମଥ ଉପରେ ଆସ୍ଥା ପ୍ରକଟ କଲେ ନବୀନ

ନୂଆପଡ଼ା ବ୍ଲକ୍ ରେ ପ୍ରଦୀପ , ମନ୍ମଥ ଓ ଖରୀଆର ରୋଡ ପାଇଁ ରାଜେନ୍ଦ୍ର ଙ୍କୁ ମିଳିଲା ନିର୍ବାଚନୀ ଦାୟିତ୍ବ

ତିନି ନେତା ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ

ଆମେ ନିଷ୍ଠା ର ସହ କାମକରି ଜିତାଇବୁ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ

ଭୁବନେଶ୍ବର,(୨୩/୧୦):- ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ବାଣ୍ଟିଲା ଦାୟିତ୍ବ ।ନୂଆପଡ଼ା ପାଇଁ ସୁଧୀର ସାମଲ, ଶ୍ରୀକାନ୍ତ ସାହୁ, ପ୍ରଦୀପ କୁମାର ସାହୁ,ମୁକେଶ କୁମାର, ପୂଣ୍ଣଚନ୍ଦ୍ର ସ୍ବାଇଁ, ମନ୍ମଥ ରାଉତରାୟ, ଦେବାଶିଷ ମରାଣ୍ଡି ।



କୋମନା ପାଇଁ ପ୍ରଣବ ବଳବନ୍ତରାୟ, ସଂଜୀବ କୁମାର ମଲ୍ଲିକ, ମାଧବ ଧଡ଼ାଙ୍କୁ ଦାୟିତ୍ବ ଦେଲେ ବିଜେଡି ସଭାପତି ।

ଖରିଆରରୋଡ ପାଇଁ ଗଣେଶ୍ବର ବେହେରା, ଅନନ୍ତ ନାରାୟଣ ଜେନା ଓ ରାଜେନ୍ଦ୍ର ସାହୁଙ୍କୁ ଦାୟିତ୍ବ ।


ଆମ ଉପରେ ଆସ୍ଥା ପ୍ରକଟ କରି ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ଏହାକୁ ସଠିକ୍ ପରିଚାଳନା କରି ବିଜେଡି ପ୍ରାର୍ଥୀନୀ ଙ୍କୁ ଜୟଯୁକ୍ତ କରିବା ପାଇଁ ଉଦ୍ୟମ କରିବୁ ଓ ନୂଆପଡା ବାସୀ ଓ ବିଶେଷ କରି ମା ମାନେ ଆମ ସାଥିରେ ରହି ପ୍ରାର୍ଥୀନୀ ଙ୍କୁ ଜୟଯୁକ୍ତ କରାଇବା ନିଶ୍ଚୟ ଏହା ଅମର ବିଶ୍ୱାସ । ନୂଆ ପଡ଼ା ଜିଲ୍ଲା ଗଠନ ଓ ବିକାଶ ସମ୍ଭବ ହୋଇଛି କେବଳ ବିଜେଡି ପାଇଁ ଏ ବାର୍ତ୍ତା ଆମେ ଘରେ ଘରେ ପହଞ୍ଚାଇବୁ ଏହା ଆମର ଦୃଢ଼ ସଂକଳ୍ପ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *