କଂଗ୍ରେସ କୁ ବଦନାମ କରିବାକୁ ଚେଷ୍ଟା କରୁଛି  ବିଜେପି

ଭୁବନେଶ୍ୱର : – ନୂଆପଡ଼ା ଉପନିର୍ବାଚନ କୁ ନେଇ ସାରା ରାଜ୍ୟରେ ରାଜନୀତି ଜୋର୍ ଧରିଛି । ଏହାରି ମଧ୍ୟରେ ରବିବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ନୂଆପଡ଼ାରେ ଘାସିରାମ ମାଝୀ ବିଜୟୀ ପ୍ରାର୍ଥୀ। ତେଣୁ କଂଗ୍ରେସକୁ ବଦନାମ କରିବାକୁ ବିଜେପି ଚେଷ୍ଟା କରୁଛି ବିଜେପି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଏବଂ ମଧୁସ୍ମିତା ଆଚାର୍ଯ୍ୟ।ସେ ଆହୁରି କହିଛନ୍ତି ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଆସିଲା। କେସିଙ୍ଗା ଟିଟଲାଗଡ଼ ରେଲୱେ ଷ୍ଟେସନ ମଧ୍ୟରେ ଦୁଇଜଣଙ୍କୁ ଧରିଲା ଆରପିଏଫ। ସେମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଗଲା। ଦୁଇ ଜଣ ବ୍ୟକ୍ତି ହେଉଛି ବିହାର ଉମେଶ ପ୍ରଶାଦ, ଝାଡ଼ଖଣ୍ଡ ପ୍ରଭାତ କୁମାର ସାହୁ ବୋଲି ଜଣା ପଡ଼ିଛି। ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଏତେ ଟଙ୍କା କିଏ ଓ କେଉଁଠୁ ଓ କାହିଁକି ଆଣିଥିଲା ସେ କଥାର ତଦନ୍ତ ହେବାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଏଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇ ନାହାନ୍ତି ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କାହିଁକି ? ଏହା ପଛରେ କଣ ରହିଛି ରହସ୍ୟ ?



ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ କରି କଂଗ୍ରେସ କୁ ବଦନାମ କରାଯାଉଛି ।ଏ ଟଙ୍କା ଭାରତୀୟ ଜନତା ପାର୍ଟିର। କଂଗ୍ରେସକୁ ବଦନାମ କରିବାକୁ ସରକାରୀ ଦଳ ଓ ଭାରତୀୟ ଜନତା ପାର୍ଟି ଷଡ଼ଯନ୍ତ୍ର କରୁଛି । ଏହି ହୀନ ରାଜନୀତି ଠାରୁ ଦୁରେଇ ରହୁ ବିଜେପି। ଇଲୋକଟ୍ରାଲ ବଣ୍ଡ ମାଧ୍ୟମରେ କିଏ କେତେ ଟଙ୍କା ନେଉଛି ସେଇଟା ସମସ୍ତେ ଜାଣିଛନ୍ତି ବୋଲି କହିଛନ୍ତି ଦଳୀୟ ମୁଖପାତ୍ର।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *