ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ବେଖାତିର କରିଛି ପ୍ରଶାସନ

ଖୋର୍ଦ୍ଧା,(୧୩/୧୦) :-ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ବେଖାତିର। ରଙ୍ଗ ବେରଙ୍ଗ କୁତ୍ରିମ ରାସାୟନିକ ରଙ୍ଗ ସହ ଅନ୍ୟାନ୍ୟ ସାମଗ୍ରୀ ରେ ପ୍ରସ୍ତୁତ ରେ ମୂର୍ତ୍ତି ଗୁଡିକ ବିସର୍ଜନ ପରେ  ଜଳାଶ୍ରୟ ରେ ପାଣି ଦୂଷିତ ହୋଇ ପରିବେଶ କୁ ଦୂଷିତ କରୁଛି। ଫଳରେ ବିଭିନ୍ନ ପ୍ରକାର ଫୁସଫୁସ ଜନିତ ସଂକ୍ରାମକ ରୋଗ ଏବଂ ଚର୍ମ ରୋଗ ରେ ଜନସାଧାରଣ , ଛୋଟ ଛୋଟ କୋମଳମତି ଶିଶୁ ଆକ୍ରାନ୍ତ ହେଉଛନ୍ତି। ହାଇକୋର୍ଟ ରେ ଏ ସଂକ୍ରାନ୍ତୀୟ ଜନ ସ୍ବାର୍ଥ ମାମଲା ରୁଜୁ ହେବା ପରେ ୭ବର୍ଷ ତଳେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାର ଙ୍କ ଏଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଧେଶ ଦେଇଥିଲେ।

୨୦୧୮ମସିହାରେ  ରାଜ୍ୟ ରେ ସମସ୍ତ ଅଞ୍ଚଳ ରେ ମୂର୍ତ୍ତି ବିସର୍ଜନ ନିମନ୍ତେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଥିଲା। ଖୋର୍ଦ୍ଧା ରେ ମଧ୍ୟ ୨୦୧୯ମସିହା ରୁ କରାଯାଇଥିଲା। ଚଳିତ ବର୍ଷ ଏହି ନିୟମ ଉଲଂଘନ କରାଯାଇଛି। ଟିଏଲ୍ ସି ରୋଡ ରେ ଥିବା ଖଣି ପୋଖରୀ ରେ ଗଣେଶ ପୂଜା, ଦଶହରା ଏବଂ ଗଜଲକ୍ଷ୍ମୀ ପୂଜା ରେ ମୂର୍ତ୍ତି ଗୁଡିକ ଏହି ପୋଖରୀ ରେ ବିସର୍ଜନ କରାଯାଇଛି। କୌଣସି ପ୍ରକାର ଅସ୍ଥାୟୀ ପୋଖରି ବ୍ୟବସ୍ଥା କରାଯାଇ ନାହିଁ। ଏ ପରିକି ମୂର୍ତ୍ତି ବିସର୍ଜନ ପରେ ଗଦା ହୋଇଥିବା କୁଢ଼ କୁଢ଼ ବର୍ଜ୍ୟ ସାମଗ୍ରୀ ଗୁଡିକ ନଷ୍ଟ କରିବା ବ୍ୟବସ୍ଥାକୁ ଗ୍ରହଣ କରାଯାଇନାହିଁ। ଫଳରେ ବିସର୍ଜନ ସ୍ଥାନ ଚାରିପଟେ ଥିବା ଜନ ବସତି, ବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ପରିବା ମାର୍କେଟ ରେ ଚଳ ପ୍ରଚଳ କରୁଥିବା ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସଂକ୍ରାମକ ରୋଗ ରେ ପୀଡ଼ିତ ହେବାର ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ।କୋଉ ଉଦ୍ଦେଶ୍ୟ ନେଇ ପ୍ରଶାସନ କୋର୍ଟ ନିର୍ଦ୍ଦେଶ କୁ କରିଛି ବେଖାତିର ଆଉ କଣ ରହିଛି ଏହା ପଛର ରହସ୍ୟ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *