ମୁଖ୍ୟ ଅଭିଯୁକ୍ତ ଇଞ୍ଜିନିୟର ଙ୍କ ସହ ଚାରି ଗିରଫ
ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସ ପି ବିବେକାନନ୍ଦ ଶର୍ମା
ଖୋର୍ଦ୍ଧା,(୨୯/୦୯) :- ବାଲୁଗାଁ ଥାନା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସୁବୁଦ୍ଧିଙ୍କ ପୁଅ ସୁଶୀଲ ସୁବୁଦ୍ଧିଙ୍କୁ ଉଠାଇନେଲେ ଦୁବୃର୍ତ୍ତ । ଶନିବାର ରାତି ପାଖାପାଖି ସାଢେ ଦଶଟା ବେଳେ ସୁଶୀଲ ବାଲୁଗାଁ ଆଇଡିବିଆଇ ବ୍ୟାଙ୍କ ତଳେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ସ୍ମୃତି ଏଜେନ୍ସୀ ବନ୍ଦ କରି ଏକ ସ୍କୁଟି ଡ଼ିକିରେ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ପାଟଣା ସାହି ସ୍କୁଲ ନିକଟରେ ଏକ ମାରୁତି XL6 ନଂ 25BH 7950 B କାରରେ କିଛି ଦୁର୍ବୁତ୍ତ ଆସି ସୁଶୀଲଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ସ୍କୁଟି ମଧ୍ୟ ନେଇଯାଇଥିଲେ ।ଘଟଣାସ୍ଥଳରେ ସୁଶୀଲଙ୍କ ଚପଲ ପଡିଥିଲା ।

ଅପହରଣ ପରେ ସୁଶିଲ ଙ୍କ ଫୋନ ବନ୍ଦ ହୋଇଯାଇଥିଲା । ପରେ ବିଳମ୍ବିତ ରାତ୍ରୀ ରେ ଅଭିଯୋଗକାରିଣୀ ତାଙ୍କ ସ୍ତ୍ରୀ ତିଳୋତ୍ତମା ଙ୍କୁ ସ୍ବାମୀଙ୍କର କଲ୍ ଆସିଥିଲା ଓ କହିଥିଲେ ଯେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ସେ ସକାଳୁ ଫେରିବେ । ଏକଥା ଶୁଣି ସନ୍ଦେହ ହେଲା ତିଳୋତ୍ତମା ଙ୍କ ମନରେ ।

ରବିବାର ସକାଳ ଠିକ୍ ସମୟ ଘ ୮.୩୦ ମିନିଟ । ସ୍ବାମୀ ସୁଶିଲ ଙ୍କ ମୋବାଇଲ ରୁ ଆସିଲା କଲ୍ ..ଅଚିହ୍ନା ଲୋକ ଜଣେ ସେଇ ଫୋନ ରୁ କହିଲେ ଏକ କୋଟି ଟଙ୍କା ଦିଅ ଓ ସ୍ବାମୀଙ୍କୁ ନେଇଯାଅ ।ଏହି ଆଧାରରେ ରେ ସ୍ତ୍ରୀ ତିଳୋତ୍ତମା ଅଭିଯୋଗ କଲେ ବାଲୁଗାଁ ଥାନାରେ । ମାମଲା ରୁଜୁ କଲା ଥାନା …କେସ ନଂ ୩୧୮/୨୮.୯.୨୦୨୫ ।

ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ ରେ , ଏସ ଡି ପି ଓ ସଞ୍ଜୟ ପଟ୍ଟନାୟକ ଙ୍କ ନେତୃତ୍ୱରେ ବାଲୁଗାଁ ଥାନା ଆଇ ଆଇ ସି ଜ୍ୟୋତି ପ୍ରକାଶ ପରିଡା, ଟାଙ୍ଗି ଆଇ ଆଇ ସି ରବୀନ୍ଦ୍ର କୁମାର ଭୁଜବଳ ଓ ଉଭୟ ଥାନାର ଷ୍ଟାଫ ଙ୍କୁ ନେଇ ଗଠନ ହେଲା ସ୍ଵତନ୍ତ୍ର ଟିମ୍ ।

ଆରମ୍ଭ ହେଲା ଅପରେସନ ତିଳକ ।ବୈଷୟିକ ସହାୟତା ଓ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କଲା ପୋଲିସ ।

ଅଭିଯୋଗ ର ୧୨ଘଣ୍ଟା ନପୁରୁଣୁ ପୋଲିସ କୁ ମିଳିଲା ବଡ ସଫଳତା । ଏକ ମାରୁତି ସୁଜୁକି XL6 ନଂ 25BH 7950 B କାରରେ ଜାତୀୟ ରାଜପଥ ର ଚାନ୍ଦପୁର ଥାନା କଟକ ସହର ଠାରେ ଅତର୍କିତ ଭାବେ ପୋଲିସ ଟ୍ରେସ କଲା ଗାଡ଼ିକୁ । କଟକ ସହର ଓ ବେଣ୍ଟ ଗ୍ରାମବାସୀଙ୍କ ସହଯୋଗ ରେ ପୋଲିସ କାବୁ କଲା ଅଭିଯୁକ୍ତଙ୍କୁ ଓ ସେମାନଙ୍କ ଠାରୁ ଜବତ କଲା ନଗଦ ୬ଲକ୍ଷ ୨୫ ହଜାର ଟଙ୍କା, ସୁଶିଲ ଙ୍କ ସୁନମୁଦି ସହ ଧାରୁଆ ଅସ୍ତ୍ର , ତିନୋଟି ମୋବାଇଲ ଫୋନ ସହ ବ୍ୟବହାର କରୁଥିବା XL6 ମାରୁତି ସୁଜୁକୀ କାର।

ଏନେଇ ଏକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆଇ ପି ଏସ ବିବେକାନନ୍ଦ ଶର୍ମା ।
ମାଷ୍ଟର ମାଇଣ୍ଡ ଗଞ୍ଜାମ ବୁଗୁଡ଼ା ର ଇଞ୍ଜିନିୟର ସୁରଜ୍ ଦୋରା (୨୬), ମୁନା ବେହେରା (୨୧), ବାଣପୁରର ଧର୍ମରାଜ ପଳେଇ (୨୮), ଖଲିକୋଟ ର ଅଭିଜିତ ପଟ୍ଟନାୟକ ଓ ବାଳକ।ଟି ର ଚନ୍ଦନ ଜେନା ଙ୍କୁ କାବୁ କରିଛି ପୋଲିସ ର ସ୍ଵତନ୍ତ୍ର ଟିମ୍ ।ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ଓ ତଦନ୍ତ ଜାରି ରଖିଛି ପୋଲିସ୍ ।


Subha Khabar is now on Whatsapp
Join and get latest news update delivered to you via whatsapp
Join Now