ଖୋର୍ଦ୍ଧା,(୨୮/୦୯)- ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁମାରବସ୍ତ ମା ବାଉତି ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ସଙ୍ଘ ର ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସଙ୍ଘ ର ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଶ୍ଵବାଣୀ ସମ୍ବାଦପତ୍ର ର ସମ୍ପାଦକ ଅର୍ଜୁନ କୁମାର ମୁଦୁଲି , ସମ୍ମାନିତ ଅତିଥି ଭାବେ ଦୈନିକ ସମ୍ବାଦପତ୍ର ପ୍ରବାହ ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର,କର୍ଣ୍ଣେଲ ଅରୁଣ କୁମାର ରାଉତରାୟ,ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ, ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ ।

ସଭା ପ୍ରାରମ୍ଭ ରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଭା ମଞ୍ଚ କୁ ସ୍ୱାଗତ କରାଯାଇଥିଲା l ଶ୍ରୀଯୁକ୍ତ ମୁଦୁଲି ତାଙ୍କ ବକ୍ତବ୍ୟ ରେ, ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ଜ଼ିଲ୍ଲା ସ୍ତରରେ କାର୍ଯ୍ୟରତ ଜ଼ିଲ୍ଲା ପ୍ରତିନିଧି ମାନଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଭାବରେ ମାନ୍ୟତା ପ୍ରଦାନ, ପେନସନ ଏବଂ କର୍ତ୍ତବ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଏକତ୍ରିତ ହୋଇ ଏକ ଦାବିପତ୍ର ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରବାହ ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର ନିଜ ବକ୍ତବ୍ୟ ରେ ଖୋର୍ଦ୍ଧା ଜ଼ିଲ୍ଲା ସଂଗଠନ ର ବିଭିନ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ରାଜ୍ୟ ସରକାର ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ବୋଲି କହୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା,ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଭାବେ ମାନ୍ୟତା ଏବଂ ପେନସନ ପ୍ରଦାନ ପାଇଁ ଦାବୀ କରିଥିଲେ ।

ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ନିଜ ବକ୍ତବ୍ୟ ରେ କର୍ତ୍ତବ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ କାର୍ଯ୍ୟଶୈଳୀ କୁ ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତେ ଏକତ୍ରିତ ହୋଇ ନିଜ ର ଦାବୀ ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନା କରିବାକୁ ପରାମର୍ଶ ଦେଇଥିଲେ l ସଙ୍ଘ ର ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ତାଙ୍କ ସଭାପତିତ୍ୱ ଅଭିଭାଷଣ ରେ, ଯିଏ ଯେଉଁ ସଂଗଠନ ରେ ଥାଉ ନା କାହିଁକି, ନିଜ ଭିତରେ ଥିବା ବ୍ୟକ୍ତିଗତ ମତାନ୍ତର କୁ ସମସ୍ତେ ଏକଜୁଟ ହୋଇ ଆମର ହକ ପାଇଁ ଆମେ ସରକାର ଙ୍କ ଠାରେ ଆମ ଦାବୀ ଉପସ୍ଥାପନା କଲେ ରାଜ୍ୟ ସରକାର ଆମ କଥା ନିଶ୍ଚୟ ଶୁଣିବେ ବୋଲି କହିଥିଲେ ।

ସଙ୍ଘ ର ନୂତନ ଭାବରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ପ୍ରତିଷ୍ଠାତା ସଦସ୍ୟ ଲଳିତ ମୋହନ ମହାପାତ୍ର କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିବାବେଳେ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ଦାଶ, ପ୍ରଭାତ ରାଉତରାୟ, ସନ୍ତୋଷ କୁମାର ବାରିକ,ରଞ୍ଜିତ ସାମନ୍ତରାୟ,ସନ୍ତୋଷ ଚୌଧୁରୀ,ମହମ୍ମଦ ମୋତାହାର ଯୁସୁଫ, ଈଶ୍ୱର ଚନ୍ଦ୍ର ମଙ୍ଗରାଜ, ସୟଦ ଲିୟା କତ ଅଲ୍ଲୀ, ଆକାଶ ବିଶ୍ୱାଳ, ମନୋଜ ସାହୁ, ପ୍ରସନ୍ନ ସ୍ୱାଇଁ,ମନୋରଞ୍ଜନ ପ୍ରଧାନ, ସେକ ଆବ୍ରାଉଲ ହକ,ସେକ ଆର୍ଶlଦୁଲ ହକ,ପ୍ରବୀଣ ଭଞ୍ଜ, ଜଗା ପ୍ରଧାନ,ଗୋବିନ୍ଦ ଖୁଣ୍ଟିଆ, ରାଜୀବ ଲୋଚନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Subha Khabar is now on Whatsapp
Join and get latest news update delivered to you via whatsapp
Join Now