ବେଗୁନିଆ, (୨୨/୦୯):ମିଶନ୍ ଶକ୍ତି ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଆଜି ବ୍ଲକ୍ ସ୍ତରରେ ଗଣ ଧାରଣା ଦେଖିବାକୁ ମିଳିଛି। ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସି.ଆର୍.ପି., ଏମ୍ବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର ଇତ୍ୟାଦି କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି ଉଦ୍ଦେଶ୍ୟରେ ଆଲ୍ ଓଡ଼ିଶା ଜି.ପି.ଏଲ.ଏଫ୍ କର୍ମୀ ସଂଘ ପକ୍ଷରୁ ପୂର୍ବରୁ ବି.ଡି.ଓ., ଜିଲ୍ଲାପାଳ ଓ ମିଶନ୍ ଶକ୍ତି ମନ୍ତ୍ରୀଙ୍କୁ ଚିଠି ଦିଆଯାଇଥିଲା।

ସେଥିରେ, ସି.ଆର୍.ପି. ଓ କର୍ମଚାରୀମାନଙ୍କୁ ଇ ପି ଏଫ, ଗ୍ରାଚୁଇଟି ବୋନସ ଓ କାର୍ଯ୍ୟକାଳ ଅବଧି ବୃଦ୍ଧି ଦାବି କରାଯାଇଥିଲା। ୨୪/୦୯/୨୦୨୪ ରେ ଏହାକୁ ନେଇ ଜିଲ୍ଲାପାଳ, ମନ୍ତ୍ରୀ, ବି.ଡି.ଓ., ବି.ପି.ଏମ୍., ଡି.ପି.ଏମ୍ ସହିତ ଆଲୋଚନା ହୋଇଥିଲା।

କିନ୍ତୁ ଦୀର୍ଘ ୧ ବର୍ଷ ଅତିତ ହେଲା ସତ୍ତ୍ୱେ ସରକାର ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନାହିଁ।ଏହାର ପ୍ରତିବାଦରେ ଆଜି ବେଗୁନିଆ ବ୍ଲକ୍ରେ ମିଶନ୍ ଶକ୍ତି ସଂଘ ପକ୍ଷରୁ ସୁବାସିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା ସି.ଆର୍.ପି.କର୍ମଚାରୀମାନେ ବ୍ଲକ୍ ରେ ଗଣ ଧାରଣା କରି ସରକାରଙ୍କୁ ଚେତାବନୀ ଦେଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now