ଭୁବନେଶ୍ୱର: (ଶୁଭ ଖବର)ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ପକ୍ଷରୁ ଓଜେଇଇ ୨୦୨୫ ଫଳ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଓଜେଇଇ-୨୦୨୫ ରେଜଲ୍ଟ ଘୋଷଣା କରିଛନ୍ତି।
୨୦୨୫ ମେ ୨, ୩, ୫, ୬, ୧୦, ୧୧ ଓ ୧୨ ତାରିଖରେ କମ୍ପ୍ୟୁଟର ଟେଷ୍ଟ ମୋଡ୍ (ସିବିଟି)ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୩ଟି ସିଫ୍ଟରେ ୨ ଘଣ୍ଟା ଧରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରଥମ ସିଫ୍ଟ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା, ଦ୍ବିତୀୟ ସିଫ୍ଟ ଦିନ ସାଢ଼େ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଚଳିତ ବର୍ଷ ଓଜେଇଇ ପାଇଁ ୯୨,୪୮୮ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ୮୦,୩୨୪ ଜଣ ପରୀକ୍ଷା ଦେଇଥିଲେ। ଓଜେଇଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ojee.nic.in ଓଜେଇଇର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ଓ ଡାଉନଲୋଡ କରିପାରିବେ।
କିପରି ରେଜଲ୍ଟ ଯାଞ୍ଚ କରିବେ ଜାଣନ୍ତୁ:-
Subha Khabar is now on Whatsapp
Join and get latest news update delivered to you via whatsapp
Join Now