ଖୋର୍ଦ୍ଧା, (୧୭/୦୯):- ଆଜି କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୋନାଲି ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ , ଖୋର୍ଦ୍ଧା ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଆଜି କମିସନରେଟ ପୋଲିସର କ୍ରାଇମ ୟୁନିଟ ଚୋରା ବନ୍ଧୁକ କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ମଧ୍ୟରୁ ଜଣେ ଝରଖଣ୍ଡର ହୋଇଥିବାବେଳେ ଅନ୍ୟ ଦୁଇଜଣ ଖୋର୍ଦ୍ଧାର ଜଙ୍କିଆ ସଦର ଥାନା ଅଞ୍ଚଳର ମହମ୍ମଦ ଶେଖାଵତ ଓ ଫିରୋଜ ଅଲ୍ଲୀ ଖାଁ ଓରଫ ବୁଲୁ ଖାଁ । ବୁଲୁ ଖାଁ ବିଜେପିର ଜଣେ ସକ୍ରିୟ ସଦସ୍ୟ ହୋଇଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଚାତ୍ରଛାୟା ତଳେ ରହି ବିଧାୟକଙ୍କ ସହଯୋଗରେ ବୁଲୁ ଖାଁ ଚୋରା ବନ୍ଧୁକ କାରବାର କରୁଥିବାର ଅଭିଯୋଗ କରିବା ସହିତ ବିଧାୟକଙ୍କ ସହିତ ବନ୍ଧୁକ ମାଫିଆ ବୁଲୁ ଖାଁ ର ଘନିଷ୍ଠତା ଥିବାର ପ୍ରମାଣ ମଧ୍ୟ ଦେଇଥିଲେ ଶ୍ରୀମତୀ ସାହୁ । ଖାଲି ସେତିକି ନୁହେଁ ବିଧାୟକଙ୍କ ପରୋକ୍ଷ ଇସାରାରେ ଖୋର୍ଦ୍ଧା ସମେତ ସାରା ଓଡ଼ିଶାରେ ଏକ ବଡ ଧରଣର ଅପରାଧ ତଥା ଆତଙ୍କ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚାଯାଇଥିଲା ।

ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଅପରାଧରେ ଯୋଉ ବ୍ୟକ୍ତି ଆଜୀବନ ସଜା କାଟିଥିଲା ସେଭଳି ବ୍ୟକ୍ତିକୁ ଖୋର୍ଦ୍ଧା କ୍ରସର ସଂଘର ସଭାପତି ନିଜେ ବିଧାୟକ ପ୍ରଶାନ୍ତ ଜଗଦେବ ଥିବା ବେଳେ ଉପ ସଭାପତି କିପରି କଲେ ବିଧାୟକ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ । ଅତୀତରେ ଖୋର୍ଦ୍ଧାରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଗଲା । ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଗିରଫ କରାଗଲା ନାହିଁ . ମଙ୍ଗୁଳି ଜେନା ଭଳି କାହାକୁ ଏଠି ହତ୍ୟା କରିବାକୁ ଏମାନେ ଷଡଯନ୍ତ୍ର କରି ନାହାନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି ।

ଫଟୋ ଦେଖାଇ ଶ୍ରୀମତୀ ସାହୁ କହିଛନ୍ତି ୟେ ରିସ୍ତା କ୍ୟା କେହଲତା ହୈ . ୟେ ରିସ୍ତା ବୋଲତା ହୈ କି ହମ ସାଥ ସାଥ ହୈ ବୋଲି ବିଧାୟକଙ୍କୁ କଟାକ୍ଷ କରିଛନ୍ତି । ବୁଲୁ ଖାଁ ସହିତ ମିଶି କି ପ୍ରକାର ଷଡଯନ୍ତ୍ର ରଚିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ , ତାର ଉତ୍ତର ରଖନ୍ତୁ … ଜଣେ ଅପରାଧୀ ସହିତ ଘନିଷ୍ଟତାକୁ ଭିତ୍ତିକରି ପ୍ରଶାନ୍ତ ଜଗଦେବଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରା ଜୀବନି . ଯଦି ସତରେ ପ୍ରଶାନ୍ତ ଜଗଦେବ ପାଇକ ହୋଇଥିବେ ତେବେ ମୂଷା ଭଳି ଗାତ ଭିତରେ ନପଶି ସାଧାରଣ ଲୋକଙ୍କ ପାଖରେ ଉତ୍ତର ରଖନ୍ତୁ ଯେ ଏଇ ଚୋରା ବନ୍ଧୁକ କାରବାରରୁ କେତେ ବଟି ନେଇଛନ୍ତି ମାଫିଆଙ୍କ ସର୍ଦ୍ଦାର ସର୍ବଗ୍ରାସୀ ବିଧାୟକ ପ୍ରଶାନ୍ତ ଜଗଦେବ ବୋଲି ଆକ୍ଷେପ କରିଛନ୍ତି ସୋନାଲି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now