ମାତୃଶକ୍ତି ପୀଠରେ ଷୋଳପୂଜା ପାଇଁ ଚୂଡ଼ାନ୍ତ ନୀତିକାନ୍ତି ପ୍ରସ୍ତୁତ

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକର ଜଳିଆପଡ଼ା ଗ୍ରାମରେ ପୂଜା ପାଉଥିବା ଅଭୟ ବର ଦାୟିନୀ କାକଟପୂର୍ ବାସିନୀ ବିଜେ ” ମା ମଙ୍ଗଳା ” ମାତୃଶକ୍ତି ପୀଠରେ ଚଳିତ ବର୍ଷ ଆଶ୍ୱିନ ମାସର ୧୪ ତାରିଖ ରବିବାର ଦିନ ଠାରୁ ପୀଠେ ଦଶହରା ପର୍ଯ୍ୟନ୍ତ ଷୋଳ ପୂଜା ପ୍ରତ୍ୟେକ ଦିନ ପ୍ରାତଃ କାଳରୁ ମଧ୍ୟ୍ୟ ରାତ୍ର ପର୍ଯ୍ୟନ୍ତ ପୂଜାର ନୀତିକ୍ରାନ୍ତି ଅନୁସାରେ ପାଳନ କରାଯିବ।

ପ୍ରତ୍ୟେକ ଦିନ ଅପରାହ୍ନ ୪.୩୦ ମି ଠାରୁ ସର୍ବମଙ୍ଗଳ କାରିଣୀ ଅଭୟ ବର ଦାୟିନୀ ମା ମଙ୍ଗଳାଙ୍କ ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ମିଳିବ। ଷୋଳପୂଜାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ପରେ ପୀଠରେ ମଙ୍ଗଳମୟୀ ଙ୍କ ପୀଠରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଦିନ ରାତ୍ର ୮ଘ.୩୦ ମି. ଠାରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା ରହିଛି ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ଼  ପରିଚାଳନା କମିଟିର ସଭାପତି ସେବକ୍ ସୁରେନ୍ଦ୍ର କୁମାର ପଣ୍ଡା ଏବଂ ଟ୍ରଷ୍ଟ ବୋର୍ଡ଼ ମୁଖପାତ୍ର, ମୁଖ୍ୟ ପୂଜକ ଜଳେଶ୍ଵର ଷଡ଼ଙ୍ଗୀ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ଉପସ୍ଥିତି ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।


   ଏହି ପବିତ୍ର ମାତୃଶକ୍ତି ପୀଠ ଜଳିଆପଡ଼ା  ଗ୍ରାମକୁ କୋଣ ଅନୁକୋଣରୁ ବହୁ ଭକ୍ତ ମାନେ ଆସନ୍ତି।ବର୍ଷର ପ୍ରତ୍ୟେକ ମାସରେ ଭଗବତୀଙ୍କ ପୂଜା ପାର୍ବଣ ଦିନ ରୀତି ନୀତି ଅନୁସାରେ ପାଳନ କରାଯାଏ ଏବଂ ଅଞ୍ଚଳ ବିଖ୍ୟାତ ବହୁ ବର୍ଷ ଧରି ପୁରୀ ଜିଲ୍ଲା କଣାସ ବ୍ଲକର ଜଳିଆପଡ଼ା ଗ୍ରାମରେ ପୂଜା ପାଉଥିବା ମା ମଙ୍ଗଳାଙ୍କ ପୀଠରେ ବର୍ଷର ପ୍ରତ୍ୟେକ ମାସର୍ ପ୍ରତ୍ୟେକ ମଙ୍ଗଳବାର ” ମଙ୍ଗଳା ମେଳା ” ଅନୁଷ୍ଠିତ ହୋଇ ଆସୁଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *