ଖୋର୍ଦ୍ଧା ୯/ ୯ ଅଖିଳ ଭାରତୀୟ ବିଦ୍ୟୁତ ମଜଦୁର ମହାସଂଘ ପୂର୍ବରୁ ନିଜର ଚାକିରୀରେ ଠିକା ସଂସ୍ଥା ମାନେ ଅନ୍ୟାୟ ଅତ୍ୟାଚାର କରିବା ସହିତ କର୍ମଚାରୀଙ୍କ ପ୍ରତି ଶୋଷଣ ନୀତି ଆପଣାଇଥିବାରୁ ସଂଘ ବହୁବାର ଆନ୍ଦୋଳନ କୁ ଓହ୍ଲାଇଛି ଓ ସେପ୍ଟେମ୍ବର ୯ ତାରିଖରେ ଏହି ଆନ୍ଦୋଳନକୁ ସର୍ବଭାରତୀୟ ସ୍ଥରରେ କରିବା ପାଇଁ ଚେତାବନୀ ଦେଇଥିଲେ | ତେବେ ନିଖିଳ ଓଡିଶା ବିଦ୍ୟୁତ ମହାସଂଘର କୌଣସି ଦାବି ଉପରେ ସରକାର କର୍ଣପାତ ନ କରିଥିବା ହେତୁ ବାଧ୍ୟ ହୋଇ ମଙ୍ଗଳବାର ଦିନ ସଂଘ ପକ୍ଷରୁ ଏକ ରାଲି ବାହାରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଶାନ୍ତିପୂର୍ଣ ଭାବରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା ଏବଂ ପୂର୍ବ ନିଷ୍ପତିକ୍ରମେ ସର୍ବଭାରତୀୟ ସ୍ତରରେ ଏକ ୬ ଦଫା ଏବଂ ଓଡିଶା ରାଜ୍ୟ ସ୍ତରୀୟ ୪ଦଫା ଦାବୀ ସମ୍ମିଳିତ ସ୍ମାରକ ପତ୍ର କେନ୍ଦ୍ରୀୟ ଶକ୍ତିମନ୍ତ୍ରୀଙ୍କୁ ପ୍ରଦାନ କରବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି | ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କୁ ମଧ୍ୟ ୪ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ପଠାଉଥିବା ବେଳେ ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି | ସତ୍ୟବ୍ରତ ପରିତା, ସମ୍ପାଦକ, ଭାରତୀୟ ମଜଦୁର ସଙ୍ଘ ତଥା ସାଧାରଣ ସମ୍ପାଦକ, ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘଙ୍କ ପୌରାହିତ୍ୟରେ ପ୍ରଦାନ କରାଯାଇଛି | ଶାନ୍ତିପୂର୍ଣ ବିକ୍ଷୋଭ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା ବେଳେ ନିଜର ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ରରେ ଏନପିଏସ, ୟୁପିଏସ ବଦଳରେ ପୁରୁଣା ପେନସନ ପୁନଃ ଲାଗୁ କରିବା,ଏକ ଦେଶ,ଏକ ଗ୍ରୀଡ଼, ଏକକ ଚାକିରୀ ସର୍ଭାବଳୀ ଲାଗୁକରିବା,ତ୍ରୟୀ-ପାକ୍ଷିକ ଶିଳ୍ପ ସମିତି ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତ୍ତରଣ କ୍ଷେତ୍ରରେ ସୃଷ୍ଟି କରିବା ଏବଂ ଯେଉଁ ରାଜ୍ୟ ମାନଙ୍କରେ ଅଛି ତାହାକୁ କାର୍ଯ୍ୟକ୍ଷମ କରିବା,ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣକୁ ପୁନଃ ସମୀକ୍ଷା କରି ଘରୋଇକରଣକୁ ବନ୍ଦ କରିବା, ବିଦ୍ୟୁତ କ୍ଷେତ୍ରରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ସହିତ ସମାନ କାର୍ଯ୍ୟ ପାଇଁ ସମାନ ଦରମା ଲାଗୁକରିବା,ବିଦ୍ୟୁତ ନିୟମ ୨୦୦୩ ଓ ବିଦ୍ୟୁତ ବିଲ ୨୦୨୩ କୁ ସମୀକ୍ଷା କରି ଘରୋଇକରଣ ବଦଳରେ ସରକାରୀ ବିଦ୍ୟୁତ ସଂସ୍ଥା ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ ପାଇଁ ବ୍ୟବସ୍ଥା କରିବା,ଓଡିଶାରେ କେନ୍ଦ୍ରୀୟ ଦରମା ସଂହିତା -୨୦୧୯ ଲାଗୁକରିବା, ହରିଆଣା ରାଜ୍ୟରେ ପ୍ରଚଳିତ ଠିକାନିଯୁକ୍ତି ନୀତି ପରି ସମାନ ନୀତି ଓଡିଶାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କ୍ଷେତ୍ରରେ ପ୍ରଣୟନ କରିବା ପାଇଁ ବ୍ୟବସ୍ଥା ସରକାର କରନ୍ତୁ ବୋଲି ଦାବି ଜଣାଇଛନ୍ତି | ବିଦ୍ୟୁତ କ୍ଷେତ୍ରରେ ଅନ୍ତଃ ବଳୟ ବଦଳି ନୀତି ପ୍ରଣୟନ କରି କର୍ମଚାରୀଙ୍କୁ ନିଜ ଘର ପାଖାପାଖ ସ୍ଥାନକୁ ବଦଳି କରିବା, ସେସୁ ସମୟରେ ଚାକିରୀରେ ଯୋଗଦାନ କରିଥିବା କର୍ମଚାରୀଙ୍କ ପାଇଁ ଇପିଏଫ ବଦଳରେ ଏନପିଏସ / ୟୁପିଏସ ବ୍ୟବସ୍ଥା ପ୍ରଚଳନ କରିବା ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ଆଜି ୧୦ ଦଫାଦାବୀ ପତ୍ର ମାନ୍ୟବର କେନ୍ଦ୍ରୀୟ ଶକ୍ତିମନ୍ତ୍ରୀ ଓ ୪ ଦଫା ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ ଉଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now