ଖୋର୍ଦ୍ଧା :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ବୋଲଗଡ଼ ଗ୍ରାମପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଶୁଭଉଦ୍ଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ।

ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାସ ପ୍ରଧାନ,ଗୋଷ୍ଠି ଉନୟନ ଅଧିକାରୀ ସୁମନ ସୁଦ୍ଧା କୁଣ୍ଡୁ , ତହସିଲଦାର ବିଜୟ କୁମାର ସେଠୀ , ଜିଲ୍ଲାପରିଷଦ ପ୍ରତିନିଧି ଶୁଭେନ୍ଦ୍ର କୁମାର ସାହୁ ଙ୍କ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ଏବଂ ବୋଲଗଡ଼ ଗ୍ରାମପଞ୍ଚାୟତର ସମସ୍ତ ଛାମୁଆ ନେତୃବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହ ତାର ଆଶୁ ସମାଧାନ ପାଇଁ ଚେଷ୍ଟିତ ରହିବାକୁ ବିଧାୟକ ପରାମର୍ଶ ଦେବାସହ କିଛି ହିତାଧିକାରୀ ମାନଙ୍କୁ ପଟା ବଣ୍ଟନ ,ଜାତିଗତ ପ୍ରମାଣ ପତ୍ର ଓ ଆୟ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now