ଖୋର୍ଦ୍ଧା: ୬/୯ ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ଫୁଟବଲ ଖେଳ ପଡିଆରେ ମୋବେଶର ଅହମଦ ମେମୋରିଆଲ୍ ପ୍ରଥମ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନର ପ୍ରଥମ ମ୍ୟାଚ କେରଙ୍ଗ ଅହମଦିଆ (ବି) ଏବଂ ପାଇକତିଗିରିଆ ଏଫ.ସି ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପାଇକତିଗିରିଆ ଏଫ.ସି ୧-୦ ଗୋଲ ବ୍ୟବଧାନରେ କେରଙ୍ଗ ଅହମଦିଆ (ବି)କୁ ପରାସ୍ତ କରି ବିଜୟ ଲାଭ କରିଥିଲା ।

ଦ୍ବିତୀୟ ମ୍ୟାଚ ଡି.ଏଚ.ସି ଜଟଣୀ ଏବଂ ନିତା ଏକାଡେମୀ ପୁରୀ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପୁରୀ ୧-୦ ବ୍ୟବଧାନରେ ଜଟଣୀ ଠାରୁ ବିଜୟୀ ହୋଇଥିଲା ।
ତୃତୀୟ ମ୍ୟାଚ ଏସ.ଏସ.ସି ଶରଧାପୁର ଏଫ.ସି ଏବଂ ଦିବ୍ୟଜ୍ୟୋତି କ୍ଲବ ପଙ୍କାଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଶରଧାପୁର ୨-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା ।

ଚତୁର୍ଥ ମ୍ୟାଚ କେରଙ୍ଗ ଅହମଦିଆ (ଏ) ଏବଂ ବଜରଙ୍ଗବଲୀ ଘଟିକିଆ ମଧ୍ୟରେ ହୋଇଥିଲା । ଖେଳ ବହୁତ ସଂଘର୍ଷପୂର୍ଣ୍ଣ ଓ ଚିତାକର୍ଷକ ହୋଇଥିଲା । ଖେଳ ଶେଷ ସମୟ ପର୍ଯ୍ୟନ୍ତ ୧-୧ ଗୋଲରେ ଅମିମାଶିଂତ ରହିଥିବା ବେଳେ ଟ୍ରାଇବେକର ମାଧ୍ୟରେ କେରଙ୍ଗ ଏ ୪-୨ ଗୋଲରେ ବିଜୟୀ ହୋଇଥିଲା ।
ପ୍ରଥମ ଦିନର ଚାରଟି ମ୍ୟାଚରେ ମୁଖ୍ୟ ରେଫେରି ଭାବେ ବିଦେଶୀ ନାୟକ, ସଖାଓତ ଅଲ୍ଲି ଏବଂ ପ୍ରଫୁଲ କୁମାର ବେହେରା ଖେଳ ପରିଚାଳନା କରିଥିଲେ । ତାଙ୍କ ସହ ଲାଇନ୍ସ ମ୍ୟାନରେ ସଗିର ଅହମଦ ଏବଂ ଅମଜାଦ ଖାଁ ସହଯୋଗ କରିଥିଲେ । ୪ର୍ଥ ରେଫେରି ଭାବେ ସେକ ଫରହାନ ଏବଂ ନାସର ଖାଁ ଦାୟିତ୍ବ ତୁଲାଇ ଥିଲେ ।

ମୁଖ୍ୟ ଅତିଥି ଭାବେ କେରଙ୍ଗ ଅହମଦିଆ ମୁସଲିମ ସଂଗଠନର ସଭାପତି ଓସିମ ଅହମଦ ଯୋଗଦେଇଥିବା ବେଳେ ଅତିଥି ଭାବେ ଇଦ୍ରିସ ଖାଁ, ଜଲାଲ ମହମ୍ମଦ, ସେକ ଇଦୁ, ଡାନିଆଲ ନାୟକ, ନସିରୁଦ୍ଦିନ ଖାଁ, ମୋଜଫର ଖାଁ, ତହମୁର ଖାଁ, ଜାହାଙ୍ଗିର ଖାଁ, ସୁକଦେବ ନାୟକ, ରାମ ମାରାଣ୍ଡି, ଓଲିମୁଦ୍ଦିନ ଖାଁ, ଦେବାଶିଷ ନାୟକ, ରସିଦ ଖାଁ, ସଲିମ ଖାଁ, ଫଜଲ ଅଲ୍ଲି, ଅମିର ଅହମଦ ଏବଂ ଫରିଦୁଦ୍ଦିନ ଖାଁ ଯୋଗଦେଇଥିଲେ ।

ଦ୍ବିତୀୟ ଦିନ ସକାଳ ୧୦ ଘଟିକା ସମୟରେ ପ୍ରଥମ ସେମିଫାଇନାଲ ଏବଂ ୧୧ଘଟିକା ସମୟରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ ତଥା ସଂଧ୍ୟା ୩ ଘଟିକା ସମୟରେ ଫାଇନାଲ ମ୍ୟାଚ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ସୂଚନା ଦେଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now