ଉଦ୍ୟମୀତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ

ଖୋର୍ଦ୍ଧା: – ସାବଲମ୍ବୀ ଭାରତ ଅଭିଯାନ ଖୋର୍ଦ୍ଧା ଜିଲା ଆନୁକୂଲ୍ୟରେ ଉଦ୍ୟମୀତା ପ୍ରୋତ୍ସାହନ ସମ୍ମିଳନୀସ୍ଥାନୀୟ ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲା ସଂ ଯୋଜକ ସୁଶାନ୍ତ ମୋହନ ପଟ୍ଟନାୟକ ଙ୍କ ସଂଯୋଜାନରେ ଆୟୋଜିତ ଏହି ସମ୍ମିଳନୀରେ ଅଧିବକ୍ତା ପରିଷଦ ରାଜ୍ୟ ସଭାପତି ଅଜିତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ୟମୀ ଭାରତ ନିର୍ମାଣ ଦିଗରେ ଯୁବସମାଜ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ I ଭାରତ ପ୍ରଗତି ପଥରେ ଆଗେଇ ଚାଲିଛି । ଦେଶ ଆଜି ୪ ଟ୍ରିଲିୟନ ଡଲାର ପହଂଚି ବିଶ୍ବରେ ୩ୟ ସ୍ଥାନରେ ରହିଥ‌ିବା ବେଳେ ଭାରତର  ବିକାଶର ଧାରା ବଜାଏ ରହିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ଅଧୁକରୁ ଅଧ‌ିକ ଯୁବ ଉଦ୍ୟମୀ ପ୍ରସ୍ତୁତ ହେବା ଜରୁରୀ I ସଶକ୍ତ, ସମୃଦ୍ଧ ଭାରତ ଗଠନ ପାଇଁ ଯୁବପିଢିଙ୍କ ଏକ ପ୍ରମୁଖ ଭୂମିକା ରହିଛି ।  

ମୁଖ୍ୟବକ୍ତା ପ୍ରଭାତ ପାଣିଗ୍ରାହୀ  କହିଲେ ଭାରତକୁ ଆର୍ଥୀକ ରୂପରେ ସୁରକ୍ଷିତ, ସାବଲମ୍ବନ କରିବାକୁ ହେଲେ ଆମକୁ ସ୍ବଦେଶୀକୁ ପ୍ରାଥମିକତା ଦେବାକୁ ପଡିବ I ତୁର୍କୀ, ଆମେରିକା, ଚାଇନା ଭଳି ବିଦେଶୀ ରାଷ୍ଟ୍ରୀୟ କମ୍ପାନୀର ସାମଗ୍ରୀ କ୍ରୟ କରିବା ପରିବର୍ତେ ଭାରତୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ବସ୍ତ୍ର, ସାମଗ୍ରୀ ଆପଣାଇବାକୁ ହେବ । ପର୍ବ ପର୍ବାଣୀ, ଉତ୍ସବରେ ଭାରତୀୟ ବେଶଭୂଷା ପ୍ରତି ଆଗ୍ରହ ରଖନ୍ତୁ । ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକତା ହେଉଛି ତାହାର ଆର୍ଥୀକ ଆବଶ୍ୟକତା । ଏଣୁ ମନୁଷ୍ୟ ଖାଦ୍ୟ,ବସ୍ତ୍ର, ବାସସ୍ଥାନ ଶିକ୍ଷା ସାସ୍ଥ୍ୟ ବ୍ୟତୀତ ସେ ବୈଭବ ସମ୍ପନ୍ନ  ଜୀବନଯାପନ ତାହାର ଆକାଂକ୍ଷା ରହିଥାଏ । ଏଣୁ ସାବଲମ୍ବ ଭାରତ ପାଇଁ ପ୍ରତ୍ୟେକ ବ୍ୟକ୍ତି ଆର୍ଥୀକ କ୍ଷେ କ୍ଷେତ୍ରରେ ସରୋଜଗାରକ୍ଷମ ହେଲେ ପରମ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ପୂରଣ ହେବ । ନିଜର ଯୁବଶକ୍ତି ପ୍ରଭାବରେ  ଭାରତ  ଗତ ଦୃତଗତିରେ ଆର୍ଥକ ପାଦ ବଢାଇ ଚାଲିଛି । ଏହା ସତ୍ତ୍ୱେ ବେକାରୀ ସମସ୍ୟା ମୁଣ୍ଡବ୍ୟଥା ବଢାଇଲାଣି । ଏହାକୁ ରୋକିବାକୁ ହେଲେ ଆଜିର ଯୁବସମାଜକୁ ଉଦ୍ୟମୀ ହେବାକୁ ପଡିବ । 

ଶିଶୁ ବିଦ୍ୟାମନ୍ଦିର ସହ ପ୍ରଧାନାଚାର୍ଯ୍ୟ ପ୍ରଭାକର ସାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରୀ ବିଭାଗ ସଂଯୋଜକ ରାଜେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶତାଧୁକ ଛାତ୍ରୀଛାତ୍ର, ଗୁରୁମା,ଗୁରୁଜୀ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *