ଖୋର୍ଦ୍ଧା :- ବେଗୁନିଆ ବ୍ଲକ୍ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେଖ୍ୟାଳୟ ଠାରେ ଚାଲିଥିବା ନିଷ୍ଠା ଶିକ୍ଷକ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି l

ଅନ୍ତିମ ଦିବସରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସଙ୍ଗୀତ, କଳା, ଅଭିନୟ ଆଦି ଶିକ୍ଷକ ଶିକ୍ଷୟିତ୍ରୀମାନେ କରିଥିଲେ l ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କାଙ୍କ ତତ୍ଵାବଧାନରେ ଏକ କ୍ଷୁଦ୍ର ନାଟକ “ଆମେ ବି ସକ୍ଷମ” ପରିବେଷଣ ହେବା ସହିତ ବେଗୁନିଆ ଶିକ୍ଷା ସଙ୍ଗୀତର ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା l

ଆମେ ବିଦ୍ୟାଳୟରେ ସମସ୍ତ ବର୍ଗର ଶିକ୍ଷାର୍ଥୀମାନଙ୍କୁ ସମ ଦୃଷ୍ଟିରେ ଦେଖିବା ଓ ସମାନ ଅଧିକାର ଦେବା ବୋଲି ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମତବ୍ୟକ୍ତ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now