ଖୋର୍ଦ୍ଧା :- ଆର୍ଥିକ ଅନଟନ ଭିତରେ ସଫଳତା ପାଇବାର ଏକ ଭିନ୍ନ ଆନନ୍ଦ | ଜଣେ ଆଦିବାସୀ ଅଧ୍ୟୁଶିତ ଅଞ୍ଚଳର ଚାଷୀ ବନ୍ଦି ପରିବାର, ଦାଦନ ଶ୍ରମିକ ଭାବରେ ରାଜ୍ୟ ବାହାରେ କାମ କରୁଥିବା ପରିବାରରୁ ଏମିତି ଜଣେ ରତ୍ନ ବାହାରିବା କୁ ନେଇ ଅଞ୍ଚଳ ବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି | ନିଟ ପରୀକ୍ଷାରେ ସଫଳତା ପାଇବା ପରେ ଏବେ MKCG ମେଡ଼ିକାଲରେ ନାମ ଲେଖାଇଛନ୍ତି | ପ୍ରବଳ ଆର୍ଥିକ ଅସୁବିଧା ଥିଲେ ବି ସଫଳତା ପାଇବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୁଭେଚ୍ଛା ର ସୁଅ ଛୁଟୁଛି | ଆସନ୍ତୁ ଦେଖିବା ନୀଳାଦ୍ରୀ ପ୍ରସାଦ ମୁଦୁଲି ଡିହ, ବିନ୍ଧାଣୀ ସାହିର ଶୁଭମ ଶବରଙ୍କ ସଫଳତାର କାହାଣୀ |

ବାଣପୁର ନୀଳାଦ୍ରୀ ପ୍ରସାଦ ପଞ୍ଚାୟତ ମୁଦୁଲି ଡିହ ବିନ୍ଧାଣୀ ସାହି ର ଶୁଭମ ଶବର | NEET ପରୀକ୍ଷା ରେ ୧୮୨୧୨ RANK ରଖି ସଫଳତା ହାସଲ କରିଛନ୍ତି | ସେ ଏବେ ବ୍ରହ୍ମପୁର MKCG ହସ୍ପିଟାଲ ରେ ନାମ ଲେଖାଇଛନ୍ତି | ସବୁ ସଫଳତାର ଶ୍ରେୟ ଦେଇଛନ୍ତି ବାପା ମା, ପଦାର୍ଥ ବିଜ୍ଞାନ ର ଶିକ୍ଷକ ବାସୁଦେବ ମହାରଣା ଓ ରସାୟନ ବିଜ୍ଞାନ ର ଶିକ୍ଷକ ଦେବଦତ୍ତ ମହାନ୍ତି ସାର ଙ୍କୁ | ଶୁଭମ ସ୍ଥାନୀୟ ନୀଳାଦ୍ରୀ ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କରିବା ପରେ ବୋଲଗଡ଼ ସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟରେ ଦଶମ ପାସ କରିଥିଲେ | ପରେ ସେ BJB କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଉତ୍ତୀର୍ଣ ହୋଇଥିଲେ | ଚାଷୀ ବନ୍ଦି ଘରର ପୁଅ, ବାପା ବାଙ୍ଗାଲୋର ରେ ଜଣେ ଦାଦନ ଶ୍ରମିକ ଭାବରେ କାମ କରନ୍ତି | ଅର୍ଥ ର ଅଭାବ ସବୁବେଳେ ଲାଗି ରହିଥାଏ | ଏହାରି ଭିତରେ NEET ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ଟଙ୍କାର ଆବଶ୍ୟକ ଥାଏ | ବାସୁଦେବ ସାର ଓ ଦେବଦତ୍ତ ସାର ତାଙ୍କୁ ସହାର୍ଯ୍ୟର ହାତ ବଢ଼ାଇଲେ ଏବଂ କାଚିଙ୍ଗ ନେବାପାଇଁ ବ୍ରହ୍ମପୁର ଆସିବାକୁ କହିଲେ | ସେଠାରେ ସେ ଏକ ବର୍ଷ COACHING ନେବାପରେ NEET ପରୀକ୍ଷା ଦେଇଥିଲେ | ସାରଙ୍କର କିଛି ମାସର ପଇସା ବାକି ଥିବାରୁ ସେ ଋଣ ଶୁଝିବା ପାଇଁ ତାଙ୍କ ବାପା ବାଙ୍ଗାଲୋର ରେ ଯେଉଁ କନଷ୍ଟ୍ର କ୍ସନ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ l ଏପରିକି ଟଙ୍କା ପାଇଁ ଶୁଭମ ସେଠାକୁ ସେ କାମ କରିବା ପାଇଁ ପଳେଇଥିଲେ | ପରୀକ୍ଷା ଫଳା ଫଳ ବାହାରିବା ପରେ l ବାସୁଦେବ ସାର ତାଙ୍କ ସଫଳତା କଥା କହିଥିଲେ ଏବଂ ଏମ କେ ସି ଜି ମେଡ଼ିକାଲରେ ନାମଲେଖା ହେବ ବୋଲି କହି ଡକେଇଥିଲେ | ଜଣେ ଶ୍ରମିକ ଭାବରେ କାମ କରିବାର ଯେଉଁ କଷ୍ଟ ଅନୁଭବ ହେଉଥିଲା ସାରଙ୍କ ଠାରୁ ଶୁଣିବା ପରେ ସବୁ କଷ୍ଟ ଦୁରହେଇଗଲା ବୋଲି କୁହନ୍ତି ଶୁଭମ |
ଜଣେ ଅଦବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ଗାଁ ର ପିଲା ଆଜି ଏକ ବଡ଼ ସଫଳତା ପାଇବା ନିହାତି ଭାବରେ ପ୍ରଶଂସା ର ପାତ୍ର | ଯେଉଁଠି ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ ଦଦରା ଚାଳ ଛପର ଘରେ ତାଙ୍କର ପାଠ ପଢା | ବାପା ଗାଁ ରେ ଥିବା ବେଳେ ତାଙ୍କ ସହ ବିଲରେ କାମ ବି କରନ୍ତି ଶୁଭମ | ଏଭଳି ଜଣେ ନିପଟ ମଫସଲ ରୁ ଆସିଥିବା ଗରିବ ଘରର ପୁଅର ଆଜି ଏତେବଡ ସଫଳତାକୁ ନେଇ ଖାଲି ଗାଁ କାହିଁକି ସ୍ଥାନୀୟ ଅଞ୍ଚଳରେ ଖୁସିରମାହୋଲ ଦେଖିବାକୁ ମିଳିଛି | କିଏ କହୁଛି ଆମ ପିଲା ଡାକ୍ତର ହେଲା, ତା ପାଖରେ ଆମେ ଚିକିତ୍ସା ହେବୁ | ସମାଜରେ ଲୋକଙ୍କ ସେବା କରିବ ଏଥିପାଇଁ ଆମେ ବହୁତ ଗର୍ବ କରୁଛୁ |
Subha Khabar is now on Whatsapp
Join and get latest news update delivered to you via whatsapp
Join Now