ଖୋର୍ଦ୍ଧା : ଟାଙ୍ଗୀ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ NAC ଘୋଷଣା କରିଥିଲେ ।ହେଲେ ସରକାର ପରିବର୍ତ୍ତନ ହେବାରୁ ନୂତନ ସରକାର ଏହାକୁ କାର୍ଯ୍ୟକାରୀ କରି ନଥିଲେ, ସେଥିପାଇଁ BJD ପକ୍ଷରୁ ଗତ ଅଗଷ୍ଟ ମାସ ୨୫ ତାରିଖ ରେ ଆନ୍ଦୋଳନ କରାଯାଇଥିଲା ।ଆନ୍ଦୋଳନ କରାଯାଇ ମୋହନ ସରକାର ଙ୍କୁ ଟାଙ୍ଗୀ BDO ଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରା ଯାଇଥିଲା । ଟାଙ୍ଗୀ କୁ ତୁରନ୍ତ ମାସେ ମଧ୍ୟରେ NAC ଘୋଷଣା କରନ୍ତୁ ମୋହନ ସରକାର,ନଚେତ ଆନ୍ଦୋଳନ କୁ ତୀବ୍ର କରିବ ବିଜେଡି ବୋଲି ଆହ୍ବାନ ଦେଇଥିଲେ ।

ତେଣୁ ମୋହନ ସରକାର ଟାଙ୍ଗୀ କୁ ପୁନର୍ବାର NAC ଘୋଷଣା କରିଛନ୍ତି,, ତେଣୁ ଏହାକୁ ନେଇ BJD ପକ୍ଷରୁ ଆଜି ଟାଙ୍ଗୀ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପ୍ରେସ ମିଟ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ବିଜେଡି ଯୁବ ନେତା ପ୍ରଦୀପ କୁମାର ମହାପାତ୍ର,ସମାଜ ସେବୀ ରମେଶ ଚନ୍ଦ୍ର ବେହେରା,ସମବାୟ ସମିତି ସଭାପତି ମହେନ୍ଦ୍ର କୁମାର ସାହୁ,ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା,ଶାନ୍ତନୁ ପ୍ରଧାନ,ଯୁବ ନେତା ମାନସ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ,, ଏହି ଅବସରରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ମୋହନ ସରକାରଙ୍କୁ ଡ୍ରାମା ବାଜ ସରକାର କହିଛନ୍ତି ।ଏହା ସହ ଟାଙ୍ଗୀ କୁ ପୂର୍ବ ସରକାର NAC ଘୋଷଣା କରିଥିବାରୁ ନବୀନ ପଟନାୟକ ଙ୍କ ସହ ନବୀନ ପ୍ରେମୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ ସରକାର କେବଳ ଲୋକ ଦେଖାଣିଆ କାମ କରୁଛନ୍ତି ।ଟାଙ୍ଗୀ ବାସୀଙ୍କ ସହ ବିଶ୍ଵାସଘାତ କରି ଟାଙ୍ଗି ର ବିକାଶ ଧାରା କୁ ବିଳମ୍ବ କରିଛନ୍ତି କହି ଖୁବ ବର୍ଷିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ।ଏହା ସହ ଏହାର ସମସ୍ତ ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ବୋଲି କଗିଛନ୍ତି ବିଜେଡି ନେତା ପ୍ରଦୀପ ମହାପାତ୍ର ।ଏହା ସହ ସମାଜସେବୀ ରମେଶ ଚନ୍ଦ୍ର ବେହେରା, ନୀଳକଣ୍ଠ ବେହେରା ମଧ୍ୟ ଏହାର ସମସ୍ତ ଶ୍ରେୟ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କ ର ଓ ଟାଙ୍ଗୀ ବାସୀଙ୍କର ବୋଲି କହିଛନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now