ଖୋର୍ଦ୍ଧା , ୩୦/୮ :- ରିଖ ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନରଣଗଡ କ୍ଲଷ୍ଟର୍ ତରଫରୁ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି। ଏହି କ୍ଲଷ୍ଟର୍ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରାଜୀବ ଚରଣ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ସମସ୍ତ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କମିଟି ଗଠନ କରାଯାଇ ଅଧାରୁ ପାଠ ଛାଡୁଥିବା ଓ ଆଦୌ ସ୍କୁଲ୍ କୁ ଯାଇ ନ ଥିବା ପିଲାମାନଙ୍କୁ ସ୍କୁଲ୍ କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୬ ରୁ ୧୪ ବର୍ଷ ବୟସ ମଧ୍ୟରୁ ୩ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ଅନ୍ୟ ୧୬ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରାଯାଇ ସମୁଦାୟ ୭ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଦ୍ୟାବଧି ମୁଖ୍ୟସ୍ରୋତରେ ସାମିଲ୍ କରାଯାଇଛି। ଏହା ପରେ କ୍ଲୁଷ୍ଟର ସ୍ତରୀୟ କମିଟି ମଧ୍ୟରୁ ୧୨ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଓ ସେମାନଙ୍କର ପାଠ ପଢା କୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now