ପୂଜାପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି, ଦିନ କେଇଟା ପରେ ମର୍ତ୍ୟଲୋକରେ ପୂଜା ପାଇବେ ବିଘ୍ନବିନାଶକ

ଦଶପଲ୍ଲା : ତିଆରି ହେଉଛି ଭଳିକି ଭଳି ସୁନ୍ଦର ଗଣେଷ ମୂର୍ତ୍ତି। ଆଉ କିଛିଦିନ ପରେ ଗଣେଷ ପୂଜା। ଅଗଷ୍ଟ ୨୭ ତାରିଖରେ ମର୍ତ୍ତ୍ୟମଣ୍ଡଳରେ ପୂଜା ପାଇବେ ଶ୍ରୀ ଗଜାନନ। ସ୍କୁଲ, କଲେଜ, ପୂଜା କମିଟି ଏପରିକି ମୂର୍ତ୍ତି କାରିଗରଙ୍କ ତରଫରୁ ଚାଲିଛି ଜୋରସୋର ପ୍ରସ୍ତୁତି। ଆକର୍ଷଣୀୟ ମୂର୍ତ୍ତି ପାଇଁ କାରିଗରଙ୍କ ପାଖକୁ ଆସୁଛି ବଇନା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମୂର୍ତ୍ତି ତିଆରି। ମାଟି, ପାଣି, କୁଣ୍ଡା, କପଡ଼ା, ପାଳ ଆଦି ଜିନିଷର ମିଶ୍ରଣରେ କାରିଗର ତିଆରି କରୁଛନ୍ତି ସୁନ୍ଦରସୁନ୍ଦର ମୂର୍ତ୍ତି।ଭିନ୍ନଭିନ୍ନ ଓ ସୁନ୍ଦର ମୂର୍ତ୍ତି ତିଆରି କରି କିପରି ପୂଜା କମିଟି ଗୁଡ଼ିକ ଭେଟି ଦେବେ ତେଣୁ ଦିନରାତି ଏକ କରି ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି କାରିଗର।ଆଉ କିଛି ଅନୁଷ୍ଠାନରେ ଦେଖିବାକୁ ମିଳୁଛି ନିଜେ ଅନୁଷ୍ଠାନ ତରଫରୁ ତିଆରି ଚାଲିଛି ଗଣେଷ ମୂର୍ତ୍ତି।

ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସୀତାରାମ ୟୁଥ କ୍ଲବ ତରଫରୁ କ୍ଲବର ସମ୍ପାଦକ ଚନ୍ଦନ କୁମାର ସାହୁ ୧୩ଫୁଟ ର ଗଣେଷ ମୂର୍ତ୍ତି ନିର୍ମାଣ କରିବା ପାଇଁ ଜୋରସରରେ ଲାଗି ପଡ଼ିଥିବା ବେଳେ ରାଜାସାହେବ କ୍ଲବ ତରଫରୁ ଦୀପକ କୁମାର ସିଂ ସାମନ୍ତ ମଧ୍ୟ ଅନୁଷ୍ଠାନର ପୂଜାପାଇଁ ୧୧ ଫୁଟର ମୂର୍ତ୍ତି ତିଆରି କରିବାରେ ଲାଗି ପଡିଛନ୍ତି।ସେହିଭଳି ନାହାକପଡ଼ା ଅଂଚଳରେ ସରୋଜ ବେହେରା ମୃତ୍ତି କାର୍ଯ୍ୟ ଚାଲୁ ରଖିଥିବାବେଳେ ରାମସେନା କ୍ଲବ ମଧ୍ୟ ଗଣେଷ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚଳାଇଥିବା ଜଣାପଡ଼ିଛି। ଦଶପଲ୍ଲା ବ୍ଲକ ଟାକରା ପଂଚାୟତରେ ଥିବା ଅଗ୍ରଣୀ ଯୁବକ ଅନୁଷ୍ଠାନ ୟୁଥ ୟୁନାଇଟେଡ଼ କ୍ଲବ (ରଥିପୁର /ଟାକରା ) ତରଫରୁ ନିର୍ମଳ ଚନ୍ଦ୍ର ବାରିକ,ମଣିନାଗ ଯୁବକ ସଂଘ (ବୁଗୁଡ଼ାକଲୋନୀ) ତରଫରୁ ନିକୁଞ୍ଜ କିଶୋର ପ୍ରଧାନ ଓ ସୁକାନ୍ତ କହଁର, ବୁଗୁଡ଼ା ତରଫରୁ ଆଲୋକ ବେହେରା, ଶ୍ରୀ ଗଣେଷ ୟୁଥ କ୍ଲବ (ତାକୁଡ଼ା) ତରଫରୁ ସନ୍ତୋଷ କୁମାର ନାଏକ ପ୍ରମୁଖ ଜୋରସୋରରେ ମୂର୍ତ୍ତିକାର୍ଯ୍ୟ ତିଆରି ଚଳାଇଥିବା ଜଣାପଡ଼ିଛି।ଅନ୍ୟପକ୍ଷେ ଏ ଅନୁଷ୍ଠାନ କୁ ଛାଡ଼ିଦେଇ ଆହୁରି ଅନେକ ଅନୁଷ୍ଠାନ ମଧ୍ୟ ଗଣେଷ ପୂଜା ପାଇଁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ପୂଜାକୁ କେଉଁଭଳି ସରସସୁନ୍ଦର କରାଯିବ ସେ ନେଇ ସମସ୍ତେ ଜୋରସୋରରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି।ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ପୂଜା ପାଇବେ ବିଘ୍ନ ବିନାଶକ ଗଜାନନ ।ଶାନ୍ତି, ଶୃଙ୍ଖଳା ସହିତ ପୂଜା କାର୍ଯ୍ୟ କରି ଭାଇଚାରା ସୃଷ୍ଟି ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି ବିଭିନ୍ନ ଅନୁଷ୍ଠାନ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *